ଭୁବନେଶ୍ବର: ଶେଷରେ ବହୁ ଆଲୋଚନା ପରେ ଓଡିଶା ବିଧାନସଭା ବସିବାକୁ ସମୟ ଧାର୍ଯ୍ୟ ହୋଇଛି । ଆସନ୍ତା 29ରୁ ବସିବ ମୌସୁମୀ ଅଧିବେଶନ । ଅକ୍ଟୋବର 7 ତାରିଖ ଯାଏଁ ଏହା ଚାଲିବ। ଏନେଇ ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ସମୟରେ 7ଟି କାର୍ଯ୍ୟ ଦିବସ ଥିବାବେଳେ, ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ପାଇଁ ଗୋଟିଏ ଦିନ ଛୁଟି ରହିବ । ସିନିୟର ବିଧାୟକମାନେ ଜିଲ୍ଲା ହେଡକ୍ୱାର୍ଟରରେ VCରେ ରହିପାରିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ