ETV Bharat / city

ବିଧାନସଭା ଅଧିବେଶନ: ଗରିବୀ ପ୍ରସଙ୍ଗରେ ଗୃହ ସରଗରମ୍‌ - poverty

ରାଜ୍ୟରେ 2004-05ରେ ରାଜ୍ୟରେ 2 କୋଟି 21 ଲକ୍ଷ 60 ହଜାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ । ସେହିଭଳି 2011-12ରେ ରାଜ୍ୟରେ ଏହା ୧କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଲୋକ ରହିଥିଲେ। 2004-05ରେ ଦାରିଦ୍ର୍ୟ ହାର 57.20 ପ୍ରତିଶତ ଥିବା ବେଳେ 2011-12ରେ ଏହା କମି 32.59 ପ୍ରତିଶତ ଥିଲା । ଏହାସହ ରାଜ୍ୟରେ ଗରିବଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ 11ଟି ଯୋଜନାରେ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ବୋଲି ଉତ୍ତର ରଖିଛନ୍ତି ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jun 27, 2019, 3:02 PM IST

ଭୁବନେଶ୍ବର: ଷୋଡଶ ବିଧାନସଭା ଅଧିବେଶନର ଗୁରୁବାର ତୃତୀୟ ଦିନ । ସୂଚାରୁରୂପେ ଗୃହ କାର୍ଯ୍ୟ ଚାଲିଛି । ଆଜି ରାଜ୍ୟରେ ଗରିବ ଚିହ୍ନଟ ଓ ଗରିବୀ ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରାଯାଇଛି । ଏହାର ଉତ୍ତର ରଖିଛନ୍ତି ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । 2011-12 ନୀତି ଆୟୋଗର ଆକଳନକୁ ଭିତ୍ତି କରି ମନ୍ତ୍ରୀ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ଆଧାରରେ ରାଜ୍ୟରେ ବିପିଏଲଧାରୀଙ୍କ ସଂଖ୍ୟା କମିଥିବା ଜଣାପଡିଛି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ 2004-05ରେ ରାଜ୍ୟରେ 2 କୋଟି 21 ଲକ୍ଷ 60 ହଜାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିଲେ । ସେହିଭଳି 2011-12ରେ ରାଜ୍ୟରେ ଏହା ୧କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଲୋକ ରହିଥିଲେ। 2004-05ରେ ଦାରିଦ୍ର୍ୟ ହାର 57.20 ପ୍ରତିଶତ ଥିବା ବେଳେ 2011-12ରେ ଏହା କମି 32.59 ପ୍ରତିଶତ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗ୍ରାମାଞ୍ଚଳରେ 2004- 05ରେ ମୁଣ୍ଡପିଛା ଖର୍ଚ୍ଚ ମାସିକ 407 ତାଙ୍କ ରହିଥିଲା। 2011-12ରେ ମୁଣ୍ଡପିଛା ଖର୍ଚ୍ଚ 695 ଟଙ୍କା ରହିଛି । ସେହିପରି ସହରାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ 497.31 ଟଙ୍କା ରହିଥିବା ବେଳେ 2011- 12 ରେ 861 ଟଙ୍କା ରହିଛି ।

2019-20ରେ ଗରିବଙ୍କ ପାଇଁ ମୁଣ୍ଡ ପିଛା ଖର୍ଚ୍ଚ ବଜେଟରେ ଆସିବ ବୋଲି ସେ କହିଛନ୍ତି । ଏହାସହ ରାଜ୍ୟରେ ଗରିବଙ୍କ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ 11ଟି ଯୋଜନାରେ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ବୋଲି ଉତ୍ତର ରଖିଛନ୍ତି ଯୋଜନା ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଗରିବୀ କମିଛି। 2004-05 ରେ ରାଜ୍ୟରେ 2 କୋଟି 21 ଲକ୍ଷ 60 ହଜାର ଦାରିଦ୍ର୍ୟ ସୀମା ତଳେ ରହିଥିଲେ। 2011-12ରେ ଏହା 1 38 53000କୁ ଦାରିଦ୍ର୍ୟ କମିଛି। 2004 -05ରେ ଦାରିଦ୍ର୍ୟ ହାର 57.20 ପ୍ରତିଶତ ଥିବା ବେଳେ 2011-12ରେ 32.59 ପ୍ରତିଶତ କମିଛି।
ଗ୍ରାମାଞ୍ଚଳରେ 2004 05ରେ ମୁଣ୍ଡପିଛା ଖର୍ଚ୍ଚ ମାସିକ 407 ତାଙ୍କ ରହିଥିଲା। 2011 - 12ରେ 695 ଟଙ୍କା ରହିଛି। ସେହିପରି ସହରାଞ୍ଚଳରେ 497.31 ତାଙ୍କ ରହିଥିବା ବ୍ରଲେ 2011 12 ରେ 861 ତାଙ୍କ ରହିଛି।
2019-20ରେ ଗରିବଙ୍କ ପାଇଁ ମୁଣ୍ଡ ପିଛା ଖର୍ଚ୍ଚ ବଜେଟରେ ବ୍ୟବସ୍ଥା କରିଛନ୍ତି। ବିଧାନସଭା ରେ ଏନେଇ ଉତ୍ତର ରଖିଛନ୍ତି ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା।

Body:ବାଇଟ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.