ETV Bharat / city

ରାଜ୍ୟ ବଜେଟ ଅଧିବେଶନ: ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କଲେ ଶାସକ-ବିରୋଧୀ - ବିଧାୟକ ଦଳ ବୈଠକ

ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେଉଛି । ଏନେଇ ୩ ପ୍ରମୁଖ ଦଳ ନିଜ ନିଜର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

_ assembly season
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 13, 2020, 5:26 PM IST

Updated : Feb 13, 2020, 8:38 PM IST

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେଉଛି । ଏନେଇ ୩ ପ୍ରମୁଖ ଦଳ ନିଜ ନିଜର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ସର୍ବଦଳୀୟ ବୈଠକ ଡାକିଥିଲେ ।

ଏହାପୂର୍ବରୁ ଶାସକ ଦଳ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଥିଲା । ଏଥିରେ ଦଳର ରଣନୀତି ବିଷୟରେ ଆଲୋଚନା କରାଯାଇଛି । ବିଧାନସଭାରେ ବିରୋଧିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହାସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, କେନ୍ଦ୍ରୀୟ ଅନୁଦାନ ବିଷୟରେ ବିଧାନସଭାରେ ଆଲୋଚନା ହେବ । ଜନଗଣନାରେ ସମାଜର ସବୁ ବର୍ଗର ସହଯୋଗିତା ଆବଶ୍ୟକ । ସମାଜର ପଛୁଆ ବର୍ଗଙ୍କୁ ଆଗୁଆ ରଖିବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏହାସହ ଏନର୍ଜି ସେସ୍ ରାଜ୍ୟ ଯେତିକି ପାଇବା କଥା ସେତିକି ପାଉନାହିଁ । କେନ୍ଦ୍ର ପାଖାପାଖି 50 ହଜାର କୋଟି ଟଙ୍କା ପାଉଥିବା ବେଳେ ରାଜ୍ୟ ଲାଭବାନ ହୋଇପାରୁନଥିବା ସେ କହିଛନ୍ତି । ଏହାସହ ଏଥିପାଇଁ ନୂଆ ଏକ ବିଲ ଅଣାଯିବା କଥା ବି ମନ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ମୁଖ୍ୟ ବିରୋଧି ଦଳ ବିଜେପି ମଧ୍ୟ ସମସ୍ତ ପ୍ରସ୍ତୁତି କରିସାରିଲାଣି । ବିରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟତଃ ବିଜୁ ପକ୍କା ଘରରେ ଅନିୟମିତତାଠୁ ଆରମ୍ଭ କରି, କେନ୍ଦ୍ର ଯୋଜନା ହଡପ ଏବଂ ରାଜ୍ୟରେ ବିଦ୍ୟୁତ ବିଭାଗର ଅତ୍ୟାଚାର ଏବଂ ଗଞ୍ଜାମରେ ହୋଇଥିବା ବସ ଟ୍ରାଜେଡି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହାସହ ରାଜ୍ୟରେ ଧାନ କିଣାରେ ଟୋକନ ଅବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗର ହେଉଥିବା କାର୍ଯ୍ୟ ସହ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଦଳ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଥିବା ବିରୋଧୀ ଦଳ ଉପମୁଖ୍ୟ ସଚେତକ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପକ୍ଷେ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, 5Tର ପ୍ରଭାବକୁ ନେଇ ଶାସକ ଦଳକୁ ଟାର୍ଗେଟ କରିବ ବିରୋଧି କଂଗ୍ରେସ । ଏହାସହ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଯେଉଁ ସରକାରୀ କାର୍ଯ୍ୟାଳୟକୁ ଯାଅ, ସେଠାରେ ଦୁର୍ନୀତି ହେଉଛି । ବେକାରୀ ସମସ୍ୟା, ଦାଦନ ସମସ୍ୟା ବଢୁଥିବା ବେଳେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନାହିଁ । ରାସ୍ତା ମରାମତି ହେଉନାହିଁ, ଘରଭଙ୍ଗା ସହାୟତା ମିଳିନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାସହ ଅଭାବୀ ଧାନ ବିକ୍ରି ସମସ୍ୟା, ମଣ୍ଡି ସମସ୍ୟା ଆଦି ମୁଖ୍ୟ ସମସ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଯିବା ନରସିଂହ ମିଶ୍ର କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 13, 2020, 8:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.