ETV Bharat / city

ବିଧାନସଭାରେ ମନ୍ତ୍ରୀ ପଦ୍ମନାଭଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିଧାୟକ

author img

By

Published : Mar 12, 2020, 1:57 PM IST

ବିଧାୟକଙ୍କ ପ୍ରଶ୍ନର ମିଳୁନି ସଠିକ ଉତ୍ତର । ପ୍ରଶ୍ନ ଗୋଟିଏ ଉତ୍ତର ଆଉ ଗୋଟିଏ । ଯାହାକୁ ନେଇ ବିରୋଧୀ ଦଳ ବିଧାୟକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଧାୟକ ବିଷ୍ଣୁ ସେଠୀ କଣ କହିଲେ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

assembly question hours
assembly question hours

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ପ୍ରଥମେ ଜଳ ସମ୍ପଦ, ଯୋଜନା ସମନ୍ବୟ ବିଭାଗ ଉପରେ ଆଲୋଚନା ହୋଇଥିଲା । ଉଭୟ ବିଭାଗର ମନ୍ତ୍ରୀ ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ବିଧାନସଭାରେ ମନ୍ତ୍ରୀ ପଦ୍ମନାଭଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିଧାୟକ

ତେବେ ଯୋଜନା ସମନ୍ବୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ପାରିନାହାଁନ୍ତି । ଫଳରେ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶ୍ନକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ପଛୁଆ ଅଞ୍ଚଳ ତଥା ପଶ୍ଚିମ ଓଡିଶାର ବିକାଶ ପାଇଁ କେବିକେ, କେବିକେ ପ୍ଲସ-2, ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଛି । ଏହାବାଦ ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ ଭଳି ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଥିବାରୁ ମୁଣ୍ଡପିଛା ଆୟ ବଢିବା ସ୍ବାଭାବିକ । କିନ୍ତୁ ଉପକୂଳ ଓଡିଶା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହେଉଛି । ଫଳରେ ଆଜି ମଧ୍ୟ ଉପକୂଳର ବହୁ ଅଞ୍ଚଲ ପଛୁଆ ହୋଇ ରହିଛି ।

ତେଣୁ କୋଷ୍ଟାଲ ଡେଭଲପମେଣ୍ଟ କାଉନସିଲ(ସିଡିସି) ଉପକୂଳ ବିକାଶ ପରିଷଦ ଗଠନ କରାଯାଉ । ଏହାସହ ବିଧାୟକ ଜାଣିବାକୁ ଚାହିଁଥିଲେ କେଉଁ ଜିଲ୍ଲାର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । କେଉଁ ଜିଲ୍ଲାର ମୁଣ୍ଡପିଛା ଆୟ ହ୍ରାସ ପାଇଛି ।

ଉତ୍ତରରେ ମନ୍ତ୍ରୀ କହିଥିଲେ ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପାଖରେ ଉପକୂଳ ବିକାଶ ପରିଷଦ ଭଳି ସେମିତି କିଛି ଗଠନ କରିବାର ସରକାରଙ୍କ ଯୋଜନା ନାହିଁ । ଏହାସହ ରାଜ୍ୟରେ କୌଣସି ଜିଲ୍ଲାର ମୁଣ୍ଡପିଛା ଆୟ କମିନାହିଁ । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ପ୍ରଶ୍ନକର୍ତ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.