ETV Bharat / city

Monsoon session 2022: ଆଜିଠୁ ବଜେଟ ଅଧିବେଶନ

author img

By

Published : Jul 1, 2022, 7:30 PM IST

Updated : Jul 2, 2022, 7:18 AM IST

ଆଜି ଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ଅଧିକ ପଢ଼ନ୍ତୁ

ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ
ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । 5 ଘଣ୍ଟା ପରିବର୍ତ୍ତେ ଦିନକୁ 6 ଘଣ୍ଟା ଗୃହ ଚଳାଇବାକୁ ନେଇ ନିଷ୍ପତ୍ତି ହୋଇଛି । ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହକାର୍ଯ୍ୟ କଟକଣା ଯୁକ୍ତ ଓ ପ୍ରେସ ଗ୍ୟାଲେରୀ ସାମ୍ବାଦିକ ମୁକ୍ତ ଚାଲିବ ।

ଆସନ୍ତାକାଲିଠୁ ମୌସୁମୀ ଅଧିବେଶନ

ଜୁଲାଇ 2ରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା । ଦୁଇଟି ପର୍ଯ୍ୟାୟରେ ମୋଟ 24ଟି କାର୍ଯ୍ୟଦିବସ ରହିବ । ବିଧାନସଭାର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ 30 ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ । ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ । ପ୍ରଥମ ପର୍ଯ୍ୟାୟ ସାଢେ଼ 10ରୁ ଅପରାହ୍ନ ସାଢେ 1 ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ 4ଟାରୁ 6ଟା ପରିବର୍ତ୍ତେ 7ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ 5 ଘଣ୍ଟା ଗୃହ ଚାଲୁଥିଲା । ବିଧାୟକମାନେ ନିଜ ଅଞ୍ଚଳର ସମସ୍ୟା ବାବଦରେ ଅଧିକ କହିପାରିବେ ବୋଲି ଏନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 2, 2022, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.