ETV Bharat / city

ଗୃହରେ ଧାନ ତାତି; ବିରୋଧୀଙ୍କ ହଙ୍ଗାମା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି - assembly news

ଚାଷୀଙ୍କ ଠାରୁ ମିଲର ଧାନ କିଣୁ ନାହାଁନ୍ତି । ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଗଜା ହୋଇଗଲାଣି । ଏହାକୁ ନେଇ ବିଧାନସଭା ହୁଲସ୍ତୁଲ । ପଢନ୍ତୁ ସଂପୂର୍ଣ୍ଣ ଖବର...

assembly
assembly
author img

By

Published : Feb 25, 2020, 12:33 PM IST

ଭୁବନେଶ୍ବର: ସ୍ବାଭାବିକ ହେଉନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା ଓ ସରକାରଙ୍କ ଅସହାୟତା ପାଇଁ ନଷ୍ଟ ହେଉଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ସାଙ୍ଗକୁ ଶୂନ୍ୟକାଳ ।

3ଦିନର ବିରତି ପରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଗୃହକାର୍ଯ୍ୟ ସଂପୂର୍ଣ୍ଣ ରୂପେ ଧୋଇଯାଇଥିଲା । ବାରମ୍ବାର ଗୃହ ମୁଲତବୀ କହିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୃହ ସ୍ବାଭାବିକ କରିବା ପାଇଁ ଡାକିଥିବା ସର୍ବଦଳୀୟ ବୈଠକରୁ ମଧ୍ଯ କୌଣସି ନିଷ୍କର୍ସ ମଧ୍ୟ ବାହାରି ପାରିନଥିଲା ।

ଆଜି(ମଙ୍ଗଳବାର) ମଧ୍ୟ ସମାନ ପ୍ରସଙ୍ଗରେ ବିରୋଧୀ ଘେରିଥିଲେ ସରକାରଙ୍କୁ । ସାରା ରାଜ୍ୟରେ ବିଶେଷକରି ପଶ୍ଚିମ ଓଡିଶାରେ ଚାଷୀଙ୍କ ଠାରୁ ଧାନ କିଣୁନଥିବାରୁ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ଉଭୟ ବିଜେପି, କଂଗ୍ରେସ । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକ ହାତରେ ପ୍ଲାକାର୍ଡ ଧରି ହୋହାଲ୍ଲା କରିବା ସହ ବ୍ୟାନର ପ୍ରଦର୍ଶନ କରିଥିଲେ । ପ୍ରଶ୍ନକାଳ, ଶୂନ୍ୟକାଳରେ କୌଣସି କାର୍ଯ୍ୟ ହୋଇପାରି ନାହିଁ । ଫଳରେ ବାଚସ୍ପତି ଗୃହକୁ 12 ଟା 50 ଯାଏଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.