ଭୁବନେଶ୍ବର: ଗୃହରେ ଅଚଳାବସ୍ଥା ଜାରି ରହିବା ଯୋଗୁଁ ଚାଲି ପାରିଲାନି ଅପରାହ୍ନ ଅଧିବେଶନ। ବିରୋଧୀ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ଯାଏ ଗୃହ ମୁଲତବୀ ରଖିଲେ ବାଚସ୍ପତି ।
ତେବେ ଏହାରି ଭିତରେ 2019- 20 ଆର୍ଥିକ ବର୍ଷ ପାଇଁ ଓଡିଶା ଆକସ୍ମିକ ପାଣ୍ଠିରୁ ଅଗ୍ରୀମ ଅର୍ଥ ଭରଣା ନିମନ୍ତେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ଗିଲେଟିନ ଜରିଆରେ ପାସ ହୋଇଛି ବିଲ। 1244କୋଟି 66ଲକ୍ଷ କୋଟି ଟଙ୍କା ଗୃହରେ ହୋଇଛି ପାରିତ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ