ETV Bharat / city

୫ ଦଫା ଦାବି ନେଇ ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ - ଡିଏସଇ ଦ୍ୱାରା ପରିଚାଳିତ ଚୁକ୍ତିଭିତ୍ତିକ ଶିକ୍ଷକ ପରୀକ୍ଷାରେ ଦୁର୍ନୀତି ବିରୋଧରେ ପ୍ରତିବାଦ

୫ ଦଫା ଦାବି ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଧାରଣା । ଡିଏସଇ ଦ୍ୱାରା ପରିଚାଳିତ ଚୁକ୍ତିଭିତ୍ତିକ ଶିକ୍ଷକ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

୫ ଦଫା ଦାବି ନେଇ ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ

author img

By

Published : May 5, 2022, 6:59 PM IST

ଭୁବନେଶ୍ବର: ୫ ଦଫା ଦାବି ନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଧାରଣା । ଡିଏସଇ ଦ୍ୱାରା ପରିଚାଳିତ ଚୁକ୍ତିଭିତ୍ତିକ ଶିକ୍ଷକ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ । ଏଥିରେ ତୁରନ୍ତ ସରକାର ହସ୍ତକ୍ଷେପ କରି ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ତଦନ୍ତ କରାଯାଉ ବୋଲି ଶିକ୍ଷକମାନେ କହିଛନ୍ତି । ଆନ୍ଦୋଳନରତ କହିଛନ୍ତି, ‘‘ଏଥିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରେ ପ୍ରଘଟ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ତରଫରୁ ଦାବି କରାଯାଇଛି ।’’

୫ ଦଫା ଦାବି ନେଇ ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ

ସେମାନେ ଅଭିଯୋଗ କରି କହିଛନ୍ତି ଯେ, ‘‘ତ୍ରୁଟିପୂର୍ଣ୍ଣ ପରୀକ୍ଷା ଯୋଗୁଁ ବହୁ ମେଧାବୀ ଆଶାୟୀ ଶିକ୍ଷକ କୃତକାର୍ଯ୍ୟରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହି ଦୁର୍ନୀତିର ସତ୍ୟାସତ୍ୟ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଉ, ଉକ୍ତ ପରୀକ୍ଷାର ସତ୍ୟାସତ୍ୟ ତଦନ୍ତ କରାଯାଇ ଛାତ୍ରଛାତ୍ରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରଯାଉ । ଯଦି ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ ନକରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ନକରନ୍ତି, ତେବେ ଗଣଧାରଣାକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।’’

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.