ETV Bharat / city

ପ୍ରସାଦଙ୍କୁ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ କାଉଣ୍ଟର, କହିଲେ ବରିଷ୍ଠ ନେତାଙ୍କ ବିଷୋଦଗାର ଦଳ ପାଇଁ କ୍ଷତିକାରକ

author img

By

Published : Jan 27, 2022, 10:36 PM IST

୨୦୨୪ ନିର୍ବାଚନ ଲଢ଼ିବେନି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ଆର୍ଯ୍ୟ ଜ୍ଞାନେନ୍ଦ୍ର । ଅଧିକ ପଢ଼ନ୍ତୁ

arya gyanendra target prasad harichandan over his latest press meet
ପ୍ରସାଦଙ୍କୁ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ କାଉଣ୍ଟର, କହିଲେ ବରିଷ୍ଠ ନେତାଙ୍କ ବିଷଦଗାର ଦଳ ପାଇଁ କ୍ଷତିକାରକ

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢ଼ିବେନି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଦଳରେ ରହିବେ ଏବଂ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ବିଜେଡି ଓ ବିଜେପିରେ ସାମିଲ ହେବା ଖବରକୁ ଗୁଜବ କହିଛନ୍ତି ପ୍ରସାଦ । ଏହାରି ମଧ୍ୟରେ ସେ ପିସିସି ସଭାପତିଙ୍କୁ ନେଇ ମଧ୍ୟ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ତାଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ସେବା ଦଳ ମୁଖ୍ୟ ଆର୍ଯ୍ୟ ଜ୍ଞାନେନ୍ଦ୍ର ।

ପ୍ରସାଦଙ୍କୁ ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ କାଉଣ୍ଟର

ଏଭଳି ସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ କରିଛନ୍ତି ଆର୍ଯ୍ୟ ଜ୍ଞାନେନ୍ଦ୍ର । ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି, "ନିରଞ୍ଜନ ପଟ୍ଟନାୟକ ଯେବେଠୁ ଦାୟିତ୍ବ ନେଇଛନ୍ତି, କାହା ପ୍ରତି ସେ ଅସମ୍ମାନ କରି ନାହାନ୍ତି । କେଉଁ ପରିସ୍ଥିତିରେ ପ୍ରସାଦ ବାବୁ ଏହି କଥା କହୁଛନ୍ତି ତାହାରି ଉପରେ କିଛି କହିବିନି । ନିରଞ୍ଜନ ବାବୁ ସବୁବେଳେ ଉପଯୁକ୍ତ ଲୋକଙ୍କୁ ଦାୟିତ୍ବ ଦେଇଛନ୍ତି । ପ୍ରସାଦ ବାବୁ କେଉଁ ପରିସ୍ଥିତିରେ ଟିକେଟ ନେଲେ ନାହିଁ ତାହା ଉପରେ କହିବି ନାହିଁ । ସେ ଗୋଟିଏ ସମୟରେ ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ଯଦି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ନିଶ୍ଚିତ ଭାବରେ ଦଳର କ୍ଷତି ହେବ । ଯେ କେହି ବି ପ୍ରେସ୍‌ମିଟ୍‌ କରି କହିଦେଲେ ଲୋକଙ୍କ ଉପରେ ତାହାର ପ୍ରଭାବ ପଡ଼ିବ ନାହିଁ ।"

ଏହା ବି ପଢ଼ନ୍ତୁ PCରେ କାନ୍ଦିଲେ ପ୍ରସାଦ: କହିଲେ ମୁଁ ବେପାରୀ ନୁହେଁ ଯେ ଡିଲ୍‌ କରିବି

ପିସିସି ସଭାପତି ସମସ୍ତଙ୍କୁ ନେଇ ଏକ ସାଙ୍ଗରେ ଚାଲୁଛନ୍ତି । ସେ ନିଜ ଦାୟିତ୍ୱ ଠିକଣା ଢଙ୍ଗରେ ତୁଲାଉଛନ୍ତି । ହେଲେ ଦଳର ବରିଷ୍ଠ ନେତା ଯଦି ଦଳ ବିରୋଧରେ ବିଷୋଦ୍‌ଗାର କରନ୍ତି ତେବେ ଦଳର କ୍ଷତି ନିଶ୍ଚିତ । ସବୁ ଦଳରେ ଅନ୍ତର୍ଦ୍ୱନ୍ଦ ରହିଛି, କିନ୍ତୁ ଅନ୍ୟ ଦଳ ଭଳି କଂଗ୍ରେସ ନୁହେଁ । କଂଗ୍ରେସ ଗଣତନ୍ତ୍ର ଉପରେ ବିଶ୍ୱାସ କରେ ତେଣୁ ସମସ୍ତେ ନିଜର ଆପତ୍ତି ଅଭିଯୋଗ ରଖି ପାରିବେ । ଏହା କହିଛନ୍ତି ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ଆର୍ଯ୍ୟ ଜ୍ଞାନେନ୍ଦ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.