ETV Bharat / city

Fake Doctor Case: ୧୪ ନୁହେଁ ସାମ୍ନାକୁ ଆସିଲା ୧୭ ପତ୍ନୀଙ୍କ ଲିଷ୍ଟ୍ - ୧୭ ପତ୍ନୀଙ୍କ ସ୍ବାମୀ ନକଲି ଡାକ୍ତର

ଗିରଫ ନକଲି ଡାକ୍ତରର ୧୪ରୁ ଅଧିକ ରାଣୀ ଥିବା ଜଣାପଡିଛି । ୧୪ ନୁହେଁ ସାମ୍ନାକୁ ଆସିଲା ୧୭ ପତ୍ନୀଙ୍କ ଲିଷ୍ଟ । ଏମାନଙ୍କ ମଧ୍ୟରେ ଫସିଥିଲେ ଗୌହାଟିର ଜଣେ ଅସଲି ଡାକ୍ତରାଣୀ । ଅଧିକ ପଢନ୍ତୁ

JJK
Fake Doctor Case: ୧୪ ନୁହେଁ ୧୭ ପତ୍ନୀଙ୍କ ରାଣୀ ନକଲି ଡାକ୍ତର
author img

By

Published : Feb 16, 2022, 8:19 PM IST

ଭୁବନେଶ୍ବର: ଗିରଫ ନକଲି ଡାକ୍ତରର ୧୪ରୁ ଅଧିକ ରାଣୀ ଥିବା ଜଣାପଡିଛି । ୧୪ ନୁହେଁ ସାମ୍ନାକୁ ଆସିଲା ୧୭ ପତ୍ନୀଙ୍କ ଲିଷ୍ଟ । ଏମାନଙ୍କ ମଧ୍ୟରେ ଫସିଥିଲେ ଗୌହାଟିର ଜଣେ ଅସଲି ଡାକ୍ତରାଣୀ । ମେଡିକାଲ ସାଇନ୍ସର କଥା କହି ବିବାହ କରିଥିଲେ ଠକ ରମେଶ ସ୍ବାଇଁ । ଏଥିସହ ଛତିଶଗଡର ଲେଡି ଚାଟାର୍ଡ ଆକାଉଣ୍ଟାଣ୍ଟକୁ ମଧ୍ୟ ବିବାହ କରି ଠକିଥିଲେ । ସେହିପରି ଓଡିଶାର ଜଣେ ଉଚ୍ଚ ଶିକ୍ଷିତାକୁ ବି ନିଜର ବିବାହ ଜାଲରେ ଫସାଇଥିଲେ‌ । ତେବେ ପୂର୍ବରୁ ମଧ୍ୟପ୍ରଦେଶରେ ୨ ଜଣ, ଛତିଶଗଡରେ ଜଣେ, ଆସାମର ୨ଜଣ, ଝାରଖଣ୍ଡରେ ଜଣେ, ମଧ୍ୟପ୍ରଦେଶର ୨ଜଣ, ଦିଲ୍ଲୀର ଜଣେ, ପଞ୍ଜାବର ଜଣେ, ଓଡିଶାର ୩ ଜଣଙ୍କୁ ଠକିଥିବା ସୁରାକ ପାଇଥିଲା‌ କମିଶନରେଟ୍ ପୋଲିସ ।

Fake Doctor Case: ୧୪ ନୁହେଁ ୧୭ ପତ୍ନୀଙ୍କ ରାଣୀ ନକଲି ଡାକ୍ତର

ଆଗକୁ ଆହୁରି ବଢିପାରେ ଠକାମିର ଲିଷ୍ଟ ବୋଲି ଅନୁମାନ କରିପାରୁଛି । ମହିଳାଙ୍କ ଇଜ୍ଜତ ସହ ଖେଳି ଠକାମି କରିବା ଭଳି ସଙ୍ଗୀନ ଦଫା ଲଗାଇପାରେ ପୋଲିସ । ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଠକାମିର ଲିଷ୍ଟ ଖୋଜିବାକୁ ଭୁବନେଶ୍ବର ଡିସିପି ଏକ ଟିମ ଗଠନ କରିଛନ୍ତି । ମହିଳା ଥାନାର ଆଇଆଇସିଙ୍କ ସହ ଆଉ ଦୁଇଜଣ ସୋସିଆଲ ଆକ୍ଟିଭିଷ୍ଟ ଜରିଆରେ ଠକେଇ ହୋଇଥିବା ମହିଳାଙ୍କୁ ଯୋଗାଯୋଗ କରାଯାଉଛି । ତେବେ ଠକେଇ ଟଙ୍କାର ଲିଙ୍କ ଖୋଜିବାକୁ ପୋଲିସ ତଦନ୍ତ ଜାରି‌ ରଖିଛି ।

ଏନେଇ ଫରେନ୍‌ସିକ ଟିମକୁ ମୋବାଇଲ ଯାଞ୍ଚ କରିବା ପାଇଁ ପଠାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ସେପଟେ ଜଗତସିଂହପୁର ଜଣେ ବ୍ୟକ୍ତିକୁ MBBS କରାଇଦେବାକୁ କହି 18 ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି । ପାତ୍ରପଡାରେ 2021ରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ମାମଲା ହୋଇଛି । ଏନେଇ ୭ ଦିନିଆ ରିମାଣ୍ଡରେ ନେବାକୁ କମିଶନରେଟ୍ ପୋଲିସ କୋର୍ଟରେ ଆବେଦନ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.