ETV Bharat / city

Junior Hockey Mens WC: ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନାର ବିଶାଳ ବିଜୟ - ଆର୍ଜେଣ୍ଟିନାର ବିଶାଳ ବିଜୟ

ଜୁନିଅର ହକି ବିଶ୍ବକପ (Junior Hockey Men's WC) ଦ୍ବିତୀୟ ଦିନରେ ଇଜିପ୍ଟ ବିପକ୍ଷରେ(Argentina defeat Egypt) ଦମଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ଅଧିକ ପଢନ୍ତୁ

ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନାର ବିଶାଳ ବିଜୟ
ଇଜିପ୍ଟ ବିପକ୍ଷରେ ଆର୍ଜେଣ୍ଟିନାର ବିଶାଳ ବିଜୟ
author img

By

Published : Nov 25, 2021, 12:17 PM IST

ଭୁବନେଶ୍ବର: ଜୁନିଅର ହକି ବିଶ୍ବକପ (Junior Hockey Men's WC) ଦ୍ବିତୀୟ ଦିନରେ ଆର୍ଜେଣ୍ଟିନା ଓ ଇଜିପ୍ଟ ମଧ୍ୟରେ ହୋଇଥିଲା ମୁକାବିଲା । ଇଜିପ୍ଟ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ଦ୍ବିତୀୟ ଦିନର ପ୍ରଥମ ମ୍ୟାଚରେ ୧୪-୦ ଗୋଲରେ ବିଶାଳ ବିଜୟ ହାସଲ କରିଛି ଆର୍ଜେଣ୍ଟିନା ।

ମ୍ୟାଚ ଆରମ୍ଭରୁ ଆଟାକିଂ ମୁଡରେ ଆସିଥିଲା ଆର୍ଜେଣ୍ଟିନା । ସବୁ କ୍ବାର୍ଟରରେ ଇଡିପ୍ଟ ଖେଳାଳିଙ୍କ ଉପରେ ଭାରି ପଡିଥିଲେ ଆର୍ଜେଣ୍ଟିନା ଖେଳାଳି । ଆର୍ଜେଣ୍ଟିନା ଖେଳାଳିଙ୍କ ହକି ଷ୍ଟିକରୁ ଗୋଲ ପରେ ଗୋଲ ବର୍ଷା ହୋଇଥିଲା । ପ୍ରଥମ କ୍ବାର୍ଟର ରାଉଣ୍ଡ ଶେଷ ସୁଦ୍ଧା ଆର୍ଜେଣ୍ଟିନା ୩-୦ ଗୋଲରେ ଆଗୁଆ ଥିଲା । ଏହାପରେ ତୃତୀୟ କ୍ବାର୍ଟର ରାଉଣ୍ଡ ଶେଷ ସୁଦ୍ଧା ୭-୦ ଗୋଲରେ ଆଗୁଆ ଥିଲେ ଆର୍ଜେଣ୍ଟିନା । ଶେଷ କ୍ବାର୍ଟରରେ ଆର୍ଜେଣ୍ଟିନାକୁ 2ଟି ପେନଲ୍ଟି ସୁଟ ମିଳିଥିଲା। ଯାହାକୁ ଗୋଲରେ ପରିଣତ କରିଥିଲେ ଆର୍ଜେଣ୍ଟିନା ଖେଳାଳି। ମ୍ୟାଚ ଶେଷରେ ୧୪-୦ ଗୋଲରେ ଇଜିପ୍ଟକୁ ହରାଇଛି ଆର୍ଜେଣ୍ଟିନା ।

ଇଜିପ୍ଟ ପକ୍ଷରୁ ବେଶ ଶୋଚନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସର୍ବାଧିକ ଗୋଲ କରିବାରେ ରେକର୍ଡ ହାସଲ କରିଛି ଆର୍ଜେଣ୍ଟିନା । ପୂର୍ବରୁ ଏହି ରେକର୍ଡ ଭାରତ ନାମରେ ଥିଲା । 1982 ଜୁନିଅର ହକି ବିଶ୍ବକପରେ ସିଙ୍ଗାପୁର ବିପକ୍ଷରେ ଗୋଟିଏ ମ୍ୟାଚରେ 13ଟି ଗୋଲ ସ୍କୋର କରିଥିଲା ଭାରତ । ପୂର୍ବାହ୍ନ ୧୨ଟାରେ ନେଦରଲାଣ୍ଡ ଓ କୋରିଆ ମଧ୍ୟରେ ମୁକାବିଲା ହେବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.