ETV Bharat / city

ପାସପୋର୍ଟ ହାତେଇବାକୁ ଗଳାବାଟ, କେମିତି ଚାଲିଛି ଭେରିଫିକେସନ ? - ଭୁବନେଶ୍ବର ପାସପୋର୍ଟ ଜାଲିଆତି

ପାସପୋର୍ଟ ପାଇଁ ରାଜଧାନୀରେ ବାଂଲାଦେଶୀ । ଲୋକାଲ ପରିଚୟପତ୍ର ସଂଗ୍ରହ କରି ପାସପୋର୍ଟ ପାଇଁ ଆବେଦନ କରୁଛନ୍ତି ବାଂଲାଦେଶୀ। ଏ ସାଂଘାତିକ ଘଟଣା ଘଟୁଛି ଖୋଦ ରାଜଧାନୀରେ । ପୋଲିସ ଭେରିଫିକେସନ ବେଳେ ଅନେକଙ୍କ ପରିଚୟ ଧରାପଡୁଥିବାବେଳେ ପାସପୋର୍ଟ ଖାରଜ ହେଉଛି । ଅଧିକ ପଢନ୍ତୁ...

ପାସପୋର୍ଟ ହାତେଇବାକୁ ଗଳାବାଟ,କେମିତି ଚାଲିଛି ପାସପୋର୍ଟ ଭେରିଫିକେସନ

author img

By

Published : Apr 12, 2021, 2:11 PM IST

Updated : Apr 12, 2021, 6:25 PM IST

ଭୁବନେଶ୍ବର: ପାସପୋର୍ଟ ପାଇଁ ରାଜଧାନୀରେ ଅନୁପ୍ରବେଶକାରୀ। ଲୋକାଲ ପରିଚୟପତ୍ର ସଂଗ୍ରହ କରି ପାସପୋର୍ଟ ପାଇଁ ଆବେଦନ କରୁଛନ୍ତି ବାଂଲାଦେଶୀ। ଏ ସାଂଘାତିକ ଘଟଣା ଘଟୁଛି ଖୋଦ ରାଜଧାନୀରେ । ଖାଲି ବାଂଲାଦେଶୀ ନୁହେଁ ବରଂ ପେସାଦାର ଅପରାଧି ବି ପାସପୋର୍ଟ ହାତେଇବାକୁ ଆପଣାଇଛନ୍ତି ଏହି ଟ୍ରିକ୍ । ହେଲେ ପୋଲିସ ଭେରିଫିକେସନ ବେଳେ ଅନେକଙ୍କ ପରିଚୟ ଧରାପଡୁଥିବାବେଳେ ପାସପୋର୍ଟ ଖାରଜ ହେଉଛି । କେଉଁଠି ପାସପୋର୍ଟ ଆବେଦନକାରୀଙ୍କ ଠିକଣାର ତାଳମେଳ ରହୁନାହିଁ ତ ଆଉ କେଉଁ ଆବେଦନକାରୀଙ୍କ ଭାରତୀୟ ନାଗରିକତା ମଧ୍ୟ ନାହିଁ।

ପାସପୋର୍ଟ ହାତେଇବାକୁ ଗଳାବାଟ, କେମିତି ଚାଲିଛି ଭେରିଫିକେସନ ?

ସହରବାସୀଙ୍କ ଭେରିଫିକେସନ ଦାୟିତ୍ବ କମିସନରେଟ ପୋଲିସ ହାତରେ। ପୋଲିସ ଆବେଦନକାରୀଙ୍କ ନାଗରିକତା, କୋର୍ଟ ଓ୍ବାରେଣ୍ଟ ଅର୍ଡର, ଥାନାରେ କୌଣସି ମାମଲା ରହିଛି କି ନାହିଁ ସେ ସବୁ ଯାଞ୍ଚ କରିଥାଏ । ପାସପୋର୍ଟ ପାଇଁ ଅତ୍ୟନ୍ତ ସତର୍କତାର ସହ ଭେରିଫିକେସନ କରାଯାଇଥାଏ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ପାସପୋର୍ଟ ଭେରିଫିକେସନକୁ ଜଟିଳ କରିବାକୁ ଓଡିଶା ପୋଲିସ ଏମ ପୋଲିସ ଆପ କାର୍ଯ୍ୟକାରୀ କରିଛି, ଯାହା ମାଧ୍ୟମରେ ସିଧାସଳଖ ଥାନାରୁ ପାସପୋର୍ଟ ଆବେଦନକାରୀର ତଥ୍ୟ ଟ୍ୟାବ ଜରିଆରେ ଆସେସ କରାଯାଇ ଅଳ୍ପ ଘଣ୍ଟା ମଧ୍ୟରେ ଭେରିଫାଏ କରି ପାସପୋର୍ଟ ଅଫିସକୁ ଜଣାଇବ । ଯାହାଦ୍ବାରା ଭେରିଫିକେସନରେ ବିଳମ୍ବ ହେବନାହିଁ କି ଆବେଦନକାରୀଙ୍କୁ ଦିର୍ଘଦିନ ଅପେକ୍ଷା କରିବାକୁ ପଡିବନି । ପୋଲିସ ପାସପୋର୍ଟ ଆବେଦନକାରୀର ଘରକୁ ଯାଇ ଟିକିନିଖି ଯାଞ୍ଚ କରାଯିବା ଆବଶ୍ୟକତା ରହିଛି କାରଣ ଆବେଦନକାରୀ ଥାନାକୁ ଆସିଲେ ତାଙ୍କ ବିଷୟରେ ସଠିକ୍ ତଥ୍ୟ ମିଳିବନି ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।

ତେବେ ତଥ୍ୟ କହୁଛି ୨୦୧୯ରେ ୨୦୯୯୬ ଜଣ,୨୦୨୦ରେ୯୪୩୨ ଜଣ,୨୦୨୧ ଏଯାବତ ୩୪୭୧ ଜଣଙ୍କ ପାସପୋର୍ଟ ଭୁବନେଶ୍ବରରେ ଭେରିଫିକେସନ କରାଯାଇଛି। ବିଦେଶ ଗସ୍ତ ପାଇଁ ପାସପୋର୍ଟ ଆବଶ୍ୟକ। ଛାତ୍ର ହେଉ ବା କର୍ମଜୀବି କିମ୍ବା ପର୍ଯ୍ୟଟକ , ବିଦେଶ ଗସ୍ତ ପାଇଁ ପାସପୋର୍ଟ ହାତେଇବାକୁ ସଭିଙ୍କ ନଜର । ହେଲେ ଭୁବନେଶ୍ବରରେ ବାଂଲାଦେଶୀଙ୍କ ସମେତ କିଛି ଅପରାଧୀଙ୍କ ପାଇଁ ଅଯଥାରେ ହଇରାଣ ହେଉଛନ୍ତି ସାଧାରଣ ଲୋକ । ତେବେ ବେଆଇନ ପାସପୋର୍ଟ ହାତେଇବା ଘଟଣାକୁ ତଦନ୍ତକାରୀ ଓ ଗୁଇନ୍ଦା ସଂସ୍ଥା କେତେ ଗମ୍ଭୀରତାର ସହ ନେଉଛନ୍ତି ତାହା ଉପରେ ରହିଛି ସଭିଙ୍କ ନଜର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 12, 2021, 6:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.