ETV Bharat / city

କୋଭିଡ ଆରୋଗ୍ୟ ବ୍ୟକ୍ତିଙ୍କ ପାଇଁ 'ପୋଷ୍ଟ କୋଭିଡ ରିକଭରି କ୍ଲିନିକ' ହେବ ସହାୟକ

author img

By

Published : Oct 28, 2020, 10:06 PM IST

ଆପୋଲୋ ହସ୍ପିଟାଲସ ପକ୍ଷରୁ ପୋଷ୍ଟ କୋଭିଡ ରିକଭରି କ୍ଲିନିକ ଉନ୍ମୋଚନ । କୋଭିଡରୁ ଆରୋଗ୍ୟ ଲାଭ କରିଥିବା, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ଅନୁଭବଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ଆରୋଗ୍ୟ ବ୍ୟକ୍ତିଙ୍କ ପାଇଁ ପୋଷ୍ଟ କୋଭିଡ ରିକଭରି କ୍ଲିନିକ ହେବ ସହାୟକ

ଭୁବନେଶ୍ବର: ଆପୋଲୋ ହସ୍ପିଟାଲସ ପକ୍ଷରୁ ପୋଷ୍ଟ କୋଭିଡ ରିକଭରି କ୍ଲିନିକ ଉନ୍ମୋଚନ । କୋଭିଡରୁ ଆରୋଗ୍ୟ ଲାଭ କରିଥିବା କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ଅନୁଭବଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ । ବୁଧବାର ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ପକ୍ଷରୁ ପୋଷ୍ଟ କୋଭିଡ ରିକଭରି କ୍ଲିନିକ ଉନ୍ମୋଚନ ନେଇ ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟ କୋଭିଡ ରିକଭରି କ୍ଲିନିକର ଉପାଦେୟତା ନେଇ ଏହି ସମ୍ମିଳନୀରେ ସୂଚନା ଦେଲେ ଆପୋଲୋ ହସ୍ପିଟାଲସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଧୀର ଦିଗଗୀକର ।

ଯେଉଁ ରୋଗୀମାନେ କୋଭିଡରୁ ଆରୋଗ୍ୟଲାଭ କରୁଛନ୍ତି କିନ୍ତୁ ଏହି ସଂକ୍ରମଣର ମାଧ୍ୟମ ଓ ଦୀର୍ଘମିଆଦି ଆଦି ପ୍ରଭାବ ଦ୍ୱାରା ପୀଡିତ ସେମାନଙ୍କ ପାଇଁ ପୋଷ୍ଟ କୋଭିଡ କ୍ଲିନିକ ସହାୟକ ହେବ । ପୋଷ୍ଟ କୋଭିଡ ରିକଭରି କ୍ଲିନିକକୁ ପଲମୋଲୋଜିଷ୍ଟ ଓ ଇଣ୍ଟରନାଲମାନଙ୍କୁ ନେଇ ଗଠିତ ବିଶେଷଜ୍ଞମାନଙ୍କ ଏକ ସ୍ୱତନ୍ତ୍ର ଟିମ ପରିଚାଳନା କରିବେ ।

କୋଭିଡ ଆକ୍ରାନ୍ତ ପରେ ଶରୀରର ପ୍ରାୟ ସବୁ ଅଙ୍ଗକୁ ପ୍ରଭାବିତ କରିଥାଏ । ଷ୍ଟ୍ରୋକ ଏବଂ ମାୟୋକାର୍ଡିଆଲ ଇନ ଫର୍କ୍ସନ, ମଧୁମେହ ଓ ଉକ୍ତ ରକ୍ତଚାପ ଭଳି ସମସ୍ୟା ଗୁଡିକ କୋଭିଡ ପରବର୍ତ୍ତୀ ସିଣ୍ଡ୍ରୋମ ଅଂଶ । ତେଣୁ କୋଭିଡ ପରବର୍ତ୍ତୀ ସମୟରେ ରୋଗୀଙ୍କ ହଠାତ ମୃତ୍ୟୁ ହେବାର ଘଟଣା ସାମ୍ନାକୁ ଆସୁଛି ଏବଂ ଏଥି ମଧ୍ୟରୁ ଅଧିକାଂଶ ଘଟଣାର ଜଟିଳ କାର୍ଡିଆକ ସମସ୍ୟା ହେଉଛି, ତେଣୁ ପୋଷ୍ଟ କୋଭିଡ କ୍ଲିନିକ ଦ୍ୱାରା ଏହା ସହଜରେ ଚିକିତ୍ସିତ ହୋଇପାରିବେ ।

କୋଭିଡ-୧୯ କେବଳ ଫୁସଫୁସକୁ ଆକ୍ରମଣ କରେ ନାହିଁ ବରଂ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରେ । ଏବଂ ପଛରେ ଛାଡି ଯାଏ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା । ହସ୍ପିଟାଲରେ ଏହି ପୋଷ୍ଟ କ୍ଲିନିକ ମାଧ୍ୟମରେ ତୁରନ୍ତ ଚିକିତ୍ସା କରାଯାଇ ସୁସ୍ଥ ହେବାରେ ସହାୟକ ହୋଇପାରିବ ବୋଲି ଆପୋଲୋ ହସ୍ପିଟାଲସର ବରିଷ୍ଠ ପଲମାଲୋଜି କଂସାଲଟାଣ୍ଟ ଡାକ୍ତର କାର୍ତିକ ଜେନା କହିଛନ୍ତି । ତେବେ ଏହି କ୍ଲିନିକରେ ଦୈନିକ ୨୦ ଜଣ ରୋଗୀଙ୍କୁ ଚିକିତ୍ସା କରାଯିବ । ଏଥିପାଇଁ ବିଶେଷଜ୍ଞ ଟିମ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.