ହାଇଦ୍ରାବାଦ: ଲୋକସଭାରେ ପାରିତ ହୋଇଥିବା କମ୍ପାନୀ ସଂଶୋଧନ ବିଲ ପ୍ରସଙ୍ଗରେ ମତ ପ୍ରକାଶ କରିଛନ୍ତି ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ।
ଅପରାଜିତା କହିଛନ୍ତି ଏହି ବିଲ ପାରିତ ହେବା ଦ୍ବାରା କମ୍ପାନୀ ଆଇନରେ ଅନେକ ସଂଶୋଧନ ହୋଇଛି । ଏହା ଦ୍ବାରା ଅପରାଧିକ କାର୍ଯ୍ୟକ୍ରମ କମିବ ।
ଦେଶରେ ଇଜ ଅଫ ଡୁଇଙ୍ଗ ବିଜନେସ ଏହି ବିଲ ପାରିତ ହେବା ଦ୍ବାରା ସହଜ ହୋଇପାରିବ ଏବଂ ଦେଶକୁ ଅନେକ ବିଦେଶୀ କମ୍ପାନୀ ମାନେ ଆସି ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ କରିବେ । ତେଣୁ ମୋଦି ସରକାରଙ୍କ ଏହି ବିଲ ଅନେକ ଫଳପ୍ରଦ ହେବ ବୋଲି କହିଛନ୍ତି ଅପରାଜିତା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ