ETV Bharat / city

5Tକୁ ନେଇ ଅପରାଜିତାଙ୍କ ମନ୍ତବ୍ୟର ଜବାବ ଦେଲା ବିଜେଡି - ନବୀନ ପଟ୍ଟନାୟକ ପଞ୍ଚମ ପାଳି

ନବୀନ ପଟ୍ଟନାୟକ ପଞ୍ଚମ ପାଳି ଶାସନ ଭାର ଗ୍ରହଣ କରିବା ପରେ ପ୍ରଶାସନକୁ ଲୋକାଭିମୁଖି ଓ ପାରଦର୍ଶିତା କରିବା ପାଇଁ ଆରମ୍ଭ କରିଛନ୍ତି 5ଟି ଓ ମୋ ସରକାର । ଏହାକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Nov 10, 2019, 4:17 PM IST

ସମ୍ବଲପୁର/ଭୁବନେଶ୍ବର: ରାଜ୍ୟ ସରକାରଙ୍କ 5T କିଛି ଅଭିନବ ପଦକ୍ଷେପ ନୁହେଁ । ଏହା ହେଉଛି ପାରମ୍ପରିକ ପରିଚାଳନାର ଏକ ଶୃଙ୍ଖଳା । କିନ୍ତୁ ରାଜ୍ୟ ସରକାର ବିଗତ 20 ବର୍ଷରେ ଏନେଇ କୌଣସି ଚର୍ଚ୍ଚା ନକରି ଏବେ ଏହାକୁ ଭିନ୍ନ ରୂପରେ ଗୁରୁତ୍ବ ଦେଉଛନ୍ତି । ଏହାର କାର୍ଯ୍ୟକାରିତାରେ ତ୍ରୁଟି ରହିଛି ଏହା ଏକ ହାସ୍ୟାସ୍ପଦ କଥା ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ଅପରାଜିତାଙ୍କ ଏହି ଅଭିଯୋଗରେ ଶାସକ ବିଜେଡି ତରଫରୁ ଜବାବ ଦେଇଛନ୍ତି ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଶାସନ ବ୍ୟବସ୍ଥାରେ ବରିଷ୍ଠ ପ୍ରଶାସକଙ୍କୁ ଅଣଦେଖା କରି କନିଷ୍ଠ ଅଫିସର ନିଷ୍ପତି ନେବା ଦୁର୍ଭାଗ୍ୟଜନକ । 5ଟି ବ୍ୟବସ୍ଥାରେ ମନ୍ତ୍ରୀ ସଚିବଙ୍କୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଅପରାଜିତା । ତେବେ ଅପରାଜିତାଙ୍କ ଏହି ଅଭିଯୋଗର ଜବାବ ରଖିଛି ଶାସକ ବିଜେଡି । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ମାଡାମ ଷଡଙ୍ଗୀଙ୍କର ଏକ ପରିଚୟ ଥିଲା । ଏବେ ସେ ରାଜନୀତି ପାଇଁ ଭଲ କାମକୁ ମଧ୍ୟ ସମୋଲୋଚନା କରୁଛନ୍ତି । ନିଜ ଜ୍ଞାନକୁ ଦେଖାଇବାକୁ ଯାଇ ସେ ଏମିତି ବକ୍ତବ୍ୟ ରଖୁଛନ୍ତି , ସେ 5ଟି ଓ ମୋ ସରକାରକୁ ନେଇ ବିଚଳିତ ଓ ବିବ୍ରତ ହୋଇପଡିଛନ୍ତି । ଏହି ଯୋଜନାକୁ ଭବିଷ୍ୟତରେ ବିଜେପି ଶାସିତ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ପ୍ରଚଳନ କରିବେ ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା ଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଙ୍କ ମନ୍ତବ୍ୟକୁ ନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। 5ଟି ସବୁଆଡେ ଆଦୃତ ଲାଭ କରିଛି। ଯାହାକୁ ନେଇ ଅପରାଜିତା ବିବ୍ରତ ଓ ବିଚଳିତ। ସେ ଅସହିଷ୍ଣୁ ହୋଇପଡିଛନ୍ତି ବୋଲି କହିଛନ୍ତି ସସ୍ମିତ।

Body:ସସ୍ମିତ ପାତ୍ର, ବିଜେଡ଼ି ମୁଖପାତ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.