ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 17ରୁ ପୁଣି ପ୍ରବଳ ବର୍ଷା ! - ଭାରତୀୟ ପାଣିପାଗ କେନ୍ଦ୍ର

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଜାତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ଅଧିକ ପଢ଼ନ୍ତୁ...

ଭାରତୀୟ ପାଣିପାଗ କେନ୍ଦ୍ରର ସତର୍କତା, ଆସୁଛି ଆଉ ଏକ ଲଘୁଚାପ

author img

By

Published : Sep 13, 2021, 5:53 PM IST

Updated : Sep 13, 2021, 6:03 PM IST

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗର ଉତ୍ତରରେ ଦାନା ବାନ୍ଧୁଛି ଆଉ ଏକ ସାଇକ୍ଲୋନିକ୍ ସରକୁଲେସନ୍ । ଆସନ୍ତା 17 ତାରିଖରେ ଏହି କ୍ଷେତ୍ର ସୃଷ୍ଟି ହୋଇ ଧିରେ ଧିରେ ଉତ୍ତରପଶ୍ଚିମ ଆଡକୁ ଗତି କରି 18 ତାରିଖରେ ଓଡିଶା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ 17ରୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହେବ । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।

ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଗତ ମାସରେ ବର୍ଷାର କୌଣସି ଦେଖାଦର୍ଶନ ନଥିବାବେଳେ ଚଳିତ ମାସର ବର୍ଷାରେ ବେହାଲ ହୋଇଛନ୍ତି ରାଜ୍ୟବାସୀ । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ଏତିକିରେ ଲୋକଙ୍କ ବର୍ଷା ଦୁର୍ଦ୍ଦଶା ଶେଷ ହେବ ନାହିଁ । କାରଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଜାତୀୟ ପାଣିପାଗ ବିଭାଗ ।

ସେପ୍ଟେମ୍ବର ୧୭ ତାରିଖରେ ବଙ୍ଗୋପସାଗରର ଉତ୍ତରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ବର୍ଷା ଆରମ୍ଭ ହୋଇଯିବ । ଏହା ଧିରେ ଧିରେ ଉତ୍ତର ପଶ୍ଚିମ ଦେଇ ଓଡ଼ିଶା ଉପକୂଳରେ ପହଞ୍ଚିବ । ଫଳରେ ସେପ୍ଟେମ୍ବର 17 ତାରିଖରୁ ପୁନଃ ପ୍ରବଳ ବର୍ଷା ପୂର୍ବାମାନୁମାନ କରାଯାଉଛି । ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ବର୍ତ୍ତମାନ ରାଜ୍ୟରେ ଗଭୀର ଅବପାତ ଯୋଗୁଁ ବର୍ଷା ଲାଗି ରହିଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ଘଣ୍ଟା ପ୍ରତି ବେଗ ୧୨ କିମିରେ ଓଡ଼ିଶାର ପଶ୍ଚିମ-ଉତ୍ତର ପଶ୍ଚିମ ଅଞ୍ଚଳକୁ ଗତି କରିବ । ଏହି ଭାବରେ ଏହି ଅବପାତ ଦୁର୍ବଳ ହୋଇ ମଧ୍ୟପ୍ରେଦେଶ ଓ ଛତିଶଗଡ଼଼ ଆଡ଼କୁ ଗତି କରିବ । ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ଦେଖା ଦେଇପାରେ ବୋଲି ପୂର୍ବାନୁମାନ କରିଛି ଜାତୀୟ ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 13, 2021, 6:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.