ETV Bharat / city

ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷିବ - ପୁଣି ଏକ ଲଘୁଚାପ

ଗତକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗର ଆଖପାଖ ଅଞ୍ଚଳରେ ରହିଛି, ଯାହାର ପ୍ରଭାବରେ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷିବ
ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷିବ
author img

By

Published : Sep 29, 2021, 12:37 PM IST

Updated : Sep 29, 2021, 5:22 PM IST

ଭୁବନେଶ୍ବର: ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି । ଗତକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗର ଆଖପାଖ ଅଞ୍ଚଳରେ ରହିଛି, ଯାହାର ପ୍ରଭାବରେ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏପଟେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡରେ 12 ରୁ 20 ସେମି ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଅଧିକ। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା , ଯାଜପୁରରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଫଳରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବନ୍ୟା ହେବାର ଆଶଙ୍କା ମଧ୍ୟ କରାଯାଉଛି।

ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି, ପ୍ରବଳ ବର୍ଷିବ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନରେ ଥିବା ଲଘୁଚାପ ଆଜି ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଦିଗରେ ରହିଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ହାଲକାରୁ ମଧ୍ୟମଧରଣର ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷିବ
ଆସନ୍ତା 24 ଘଣ୍ଟା ତଥା ଗୁରୁବାର ସକାଳ ୮.୩୦ ସୁଦ୍ଧା ମୟୁରଭଞ୍ଜ ଓ କେଓଁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼,ଅନୁଗୁଳ,ଢେଙ୍କାନାଳ,କଟକ,ଯାଜପୁର ,କେନ୍ଦ୍ରାପଡା,ବଳେଶ୍ୱର,ଭଦ୍ରକ,ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଆସନ୍ତା ଶୁକ୍ରବାର ଓଡ଼ିଶାର ବହୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 30 ତାରିଖରୁ ବର୍ଷାର ପରିମାଣ ହ୍ରାସ ପାଇବ ।ଗତ 24 ଘଣ୍ଟାରେ ଉପକୂଳ ରେ ବର୍ଷା ରେକର୍ଡ ହୋଇଛି।ପାର୍ଲେଖମୁଣ୍ଡିରେ ସର୍ବାଧିକ 64 ମିମି ବର୍ଷା ରେକର୍ଡ ହୋଇଛି । ରେଙ୍ଗାଲି ରେ ୬୩ମିମି ବର୍ଷା ରେକର୍ଡ ହୋଇଛି । ଜୁନ 1 ତାରିଖରୁ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ମୋଟ ୧୦୩୭.୭ ମିମି ବର୍ଷା ରେକର୍ଡ ହୋଇଛି।ପ୍ରାୟ ୧୦ ପ୍ରତିଶତ କମ ରହିଛି।ଜଗତସିଂହପୁର ଓ ପୁରୀ ବର୍ଷା ସ୍ୱାଭାବିକ ଠାରୁ ନିଆଯାଇଛି।22 ଜିଲ୍ଲାରେ ସ୍ୱାଭାବିକ ବର୍ଷା।୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 29, 2021, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.