ETV Bharat / city

ଆସନ୍ତା ୨୮ରେ ଆସୁଛି ଆଉ ଏକ ଲଘୁଚାପ - ପ୍ରବଳ ବର୍ଷା

ଆସନ୍ତା ୨୮ ତାରିଖରେ ଆସୁଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଆସନ୍ତା ୨୮ରେ ଆସୁଛି ଆଉ ଏକ ଲଘୁଚାପ
ଆସନ୍ତା ୨୮ରେ ଆସୁଛି ଆଉ ଏକ ଲଘୁଚାପ
author img

By

Published : Jul 25, 2021, 7:59 PM IST

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଚଳିତ ମାସ ଶେଷ ଆଡକୁ ଗୋଟିଏ କି ଦୁଇଟି ନୁହେଁ ଆଉ ଏକ ଲଘୁଚାପ ଅନୁଭୂତ ହେବ । ଆସନ୍ତା ୨୮ ତାରିଖରେ ଏହି ଲଘୁଚାପ ରାଜ୍ୟରେ ଅନୁଭୂତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆସନ୍ତା ୨୮ରେ ଆସୁଛି ଆଉ ଏକ ଲଘୁଚାପ

ଏକ ମୌସୁମୀ ଟ୍ରଫ ଲାଇନ ବିକାନର, ଆଜମେର , ମଧ୍ୟପ୍ରଦେଶ ଉପରେ ଥିବା ଲଘୁଚାପ ଉପରେ ପୂର୍ବରେ ତ୍ରିପୁରା ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଫଳରେ ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 27 ତାରିଖରୁ 29 ତାରିଖ ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.