ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ସର୍ତକ କରାଇଲା ପାଣିପାଗ ବିଭାଗ - ୟେଲୋ ୱାର୍ଣ୍ଣିଂ

୨୪ ଘଣ୍ଟାରେ ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ବଜ୍ରପାତ ହେବା ନେଇ ସର୍ତକ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ...

ଆସୁଛି ଆଉ ଏକ ଲଘୁଚାପ, ସର୍ତକ କରାଇଲା ପାଣିପାଗ ବିଭାଗ

author img

By

Published : Jul 16, 2021, 9:22 PM IST

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ଚଳିତ ମାସ ୨୧ ରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ବଙ୍ଗୋପସାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହା ଘନୀଭୂତ ହେଲେ ଜୁଲାଇ ମାସରେ ଦ୍ବିତୀୟ ଲଘୁଚାପ ହେବ । ସେପଟେ ମୌସୁମୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ଓ କଳାହାଣ୍ଡି ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ନେଇ ସର୍ତକ ସୂଚନା ଜାରି କରିଛି କେନ୍ଦ୍ର ।

ଆସୁଛି ଆଉ ଏକ ଲଘୁଚାପ, ସର୍ତକ କରାଇଲା ପାଣିପାଗ ବିଭାଗ

ସେହିପରି ଆସନ୍ତାକାଲି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାପରେ ଆସନ୍ତା ୧୮ ତାରିଖରେ ପାଗରେ ପରିବର୍ତ୍ତନ ହୋଇ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ ଓ ସତର୍କ ସୂଚନା ଜିଲ୍ଲା ଗୁଡିକରେ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି (SRC) ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.