ETV Bharat / city

ଚାକିରୀରୁ ବହିଷ୍କୃତ ହେଲେ ଆଉ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ

author img

By

Published : Nov 23, 2021, 9:15 PM IST

ଦୁର୍ନୀତି ବରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଅଭିଯାନ ବ୍ୟାପକ ହୋଇଛି । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ବର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅଧିକ ପଢନ୍ତୁ

Another corrupt official Dismiss
Another corrupt official Dismiss

ଭୁବନେଶ୍ବର: ଦୁର୍ନୀତି ବରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ଅଭିଯାନ ବ୍ୟାପକ ହୋଇଛି । ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ବର ଶାଖାର (State Pollution Control Board, Balasore) ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅପାରଗତା ଓ ଦୁର୍ନୀତି ଯୋଗୁଁ ରାଜ୍ୟ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପୂର୍ବତନ ବାଲେଶ୍ବର PCB ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରା ଦୁର୍ନୀତିରେ ଲିପ୍ତ ଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ପରେ ତାଙ୍କୁ ସସପେଣ୍ଡ କରିଥିଲା ବିଭାଗ । ତେବେ ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ନେବା ଲାଗି ମୁଖ୍ୟମନ୍ତ୍ରୀଙ୍କର କଡା ନିର୍ଦ୍ଦେଶ ଥିବାରୁ ଆଜି ନରୋତ୍ତମଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପୂର୍ବରୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ନରୋତ୍ତମଙ୍କୁ ବର୍ତ୍ତମାନ ନିଲମ୍ବିତ ଅଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏହା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି କଠୋର ପଦକ୍ଷେପ ଜାରି ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.