ETV Bharat / city

ଭୁବନେଶ୍ୱରରେ ହେବ 200 ଶଯ୍ୟା ବିଶିଷ୍ଟ ଆଉ କ୍ୟାନସର ହସ୍ପିଟାଲ, ଟାଟା ମେମୋରିଆଲ୍ ସହ ଚୁକ୍ତି ସ୍ୱାକ୍ଷରିତ - ଭୁବନେଶ୍ୱରରେ ଦ୍ବିତୀୟ କ୍ୟାନସର

ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ କ୍ୟାନସର ହସ୍ପିଟାଲ ( There will be another cancer hospital in Bhubaneswar ) । ଏନେଇ ଟାଟା ମେମୋରିଆଲ୍ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ହେବ ଆଉ ଏକ କ୍ୟାନସର ହସ୍ପିଟାଲ
ଭୁବନେଶ୍ୱରରେ ହେବ ଆଉ ଏକ କ୍ୟାନସର ହସ୍ପିଟାଲ
author img

By

Published : Sep 7, 2022, 10:26 PM IST

ଭୁବନେଶ୍ୱର: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ କ୍ୟାନସର ହସ୍ପିଟାଲ ( There will be another cancer hospital in Bhubaneswar ) । ଏହା 200 ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ କରାଯିବ । ଏନେଇ ଟାଟା ମେମୋରିଆଲ୍ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ନାଇଜର କ୍ୟାମ୍ପସରେ ଟାଟା ମେମୋରିଆଲ ପକ୍ଷରୁ ନିର୍ମାଣ ହେବ ଏହି କ୍ୟାନସର ହସ୍ପିଟାଲ ।

କ୍ୟାନସର ରୋଗରେ ପୀଡିତ ହେଲେ ଓଡିଶାବାସୀଙ୍କୁ ଆଉ ହଇରାଣ ହେବାକୁ ପଡିବନି । ଓଡିଶାବାସୀ ହାତ ପାହାନ୍ତାରେ ପାଇବେ କ୍ୟାନସର ଚିକିତ୍ସା । କାରଣ ରାଜ୍ୟବାସୀଙ୍କ ସ୍ବାସ୍ଥ୍ୟସେବା ପ୍ରତି ସବୁବେଳେ ଗୁରୁତ୍ବ ଦେଇ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister Naveen Patnaik ) ଆଉ ଏକ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରରେ ଆଉ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ନବୀନ ନିଷ୍ପତ୍ତି ନେଇଛନ୍ତି । ନାଇଜର କ୍ୟାମ୍ପସରେ ଟାଟା ମେମୋରିଆଲ ପକ୍ଷରୁ ନିର୍ମାଣ କରାଯିବ ଏହି ହସ୍ପିଟାଲ । ଏହାର ସମ୍ପ୍ରସାରଣ ପାଇଁ 40 ଏକର ଜମି ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର । ନିର୍ମାଣ ହେବାକୁ ଥିବା ଏହି କ୍ୟାନସର ହସ୍ପିଟାଲରେ ରୋଗୀଙ୍କ ପାଇଁ ରହିବ 200 ଶଯ୍ୟା । ଏନେଇ ଟାଟା ମେମୋରିଆଲ ସହ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସାଇନ କରାଯାଇଛି ।

ତେବେ ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ନିର୍ମାଣ ନେଇ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହେବା ସହିତ ଶୁବଶୀଘ୍ର କାମ ଆରମ୍ଭ କରାଯିବ । ଏହି ହସ୍ପିଟାଲ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ଭାବରେ ନିର୍ମାଣ କରାଯିବ । ଆଗାମୀ ୩ ବର୍ଷ ମଧ୍ୟରେ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ସେହିପରି କ୍ୟାନସର ହସ୍ପିଟାଲରେ ନିଯୁକ୍ତ ହେବାକୁ ଥିବା ମେଡ଼ିକାଲ କର୍ମଚାରୀମାନଙ୍କ ‘ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର’ ଖୋଲାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟର ସହଭାଗିତାରେ ଓଡିଶା ସରକାରଙ୍କ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ ଟାଟା ଟ୍ରଷ୍ଟ ଦ୍ୱାରା NISER କ୍ୟାମ୍ପସ ଭିତରେ ଏହି ହସ୍ପିଟାଲ ନିର୍ମାଣ ହେବ । ଏହି କ୍ୟାନସର ହସ୍ପିଟାଲ ମୁମ୍ବାଇ, ନାଭି ମୁମ୍ବାଇ, ସାଙ୍ଗୁର, ମୁଲାନପୁର, ବାରାଣାସୀ, ଗୁଆହାଟି, ଭାଇଜାଗ ଏବଂ ମୁଜାଫପୁରରେ ଶାଖା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.