ETV Bharat / city

ଆଜି ରାଜ୍ୟରେ 4180 କୋଭିଡ ଆକ୍ରାନ୍ତ ସୁସ୍ଥ

author img

By

Published : Apr 26, 2021, 8:51 PM IST

ସୋମବାର ରାଜ୍ୟରେ 4180 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ କୋରୋନା ସୁସ୍ଥ ହାର 3 ଲକ୍ଷ 67 ହଜାର 111ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟରେ 4180  କୋଭିଡ ଆକ୍ରାନ୍ତ ସୁସ୍ଥ
ଆଜି ରାଜ୍ୟରେ 4180 କୋଭିଡ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ସଂକ୍ରମଣ ଗ୍ରାଫ ବଢିବା ସହ ବୃଦ୍ଧି ହେଉଛି ସୁସ୍ଥ ହାର । ସୋମବାର ରାଜ୍ୟରେ 4180 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ ରାଜ୍ୟରେ କୋରୋନା ସୁସ୍ଥ ହାର 3 ଲକ୍ଷ 67 ହଜାର 111ରେ ପହଞ୍ଚିଛି ।

ଆଜି 30 ଜିଲ୍ଲାରୁ 4180 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ସର୍ବାଧିକ ସୁସ୍ଥ 647 ଜଣ ଅନୁଗୋଳରୁ ରହିଥିଲାବେଳେ ସୁନ୍ଦରଗଡରୁ 521 ଜଣ ସଂକ୍ରମିତ ଭଲ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରୁ 498, ନୂଆପଡାରୁ 445 , ଝାରସୁଗୁଡାରୁ 201 , କେନ୍ଦୁଝରରୁ 177 , କଟକରୁ 152 , ବରଗଡରୁ 148, ସମ୍ବଲପୁରରୁ 148 ଜଣ , ପୁରୀରୁ 143 ଜଣ ଏବଂ ଗଞ୍ଜାମରୁ 126 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଏଭଳି ଭାବେ ମୟୂରଭଞ୍ଜରୁ 119 , ବଲାଙ୍ଗୀରରୁ 93 , ନବରଙ୍ଗପୁରରୁ 87, ବାଲେଶ୍ବରରୁ 81 , ଯାଜପୁରରୁ 61, କଳାହାଣ୍ଡିରୁ 56 , ରାୟଗଡାରୁ 52 , ଭଦ୍ରକରୁ 50 , ଜଗତସିଂହପୁରରୁ 50 , ଗଜପତିରୁ 45 , ନୟାଗଡରୁ 45 , ଢେଙ୍କାନାଳରୁ 39 , ଦେଓଗଡରୁ 28, କୋରାପୁଟରୁ 21 , କନ୍ଧମାଳରୁ ଓ କେନ୍ଦ୍ରାପଡାରୁ 15 ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ମାଲକାନଗିରିରୁ 4 ଓ ସୋନପୁରରୁ 3 ଜଣ ଏବଂ ଷ୍ଟେଟ ପୁଲରୁ 110 ଜଣ ଭଲ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.