ଭୁବନେଶ୍ବର : ରାଜ୍ୟରେ କୋରୋନା ଆରୋଗ୍ୟ ହେଲେ 2613 । ସେଥିରୁ ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।
ତେବେ ଆଜିର ସୁସ୍ଥ ହାରକୁ ମିଳାଇ ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା 2 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 262031 ରହିଛି ।
ଆଜି 30ଟି ଜିଲ୍ଲାରେ 2613 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 342 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 281, ଅନୁଗୋଳରେ 145, ସୁନ୍ଦରଗଡରେ 228, ବାଲେଶ୍ବରରେ 106, ମୟୁରଭଞ୍ଜରେ 199, ଯାଜପୁରରେ 75, ବାଲେଶ୍ବରରେ 106, ପୁରୀରେ 86, ସୋନପୁର 85 , କେନ୍ଦ୍ରାପଡାରେ 84, ନୂଆପଡାରେ 70, ବରଗଡ ଓ ବଲାଙ୍ଗୀରିର 69, ଝରସୁଗୁଡ଼ାରେ 67, କେନ୍ଦୁଝରରେ66, ଭଦ୍ରକରେ 60, ଜଗତସିଂହପୁରରେ 55, ସମ୍ବଲପୁରରେ 54, ଢେଙ୍କାନାଳରେ 49, କଳାହାଣ୍ଡିରେ 49, ବୌଦ୍ଧରେ 46, ଗଞ୍ଜାମରେ 42, ମାଲକାଗିରିରର 38, କନ୍ଧମାଳରେ 33, କୋରାପୁଟର 33, ନବରଙ୍ଗପୁରରେ 33, ନୟାଗଡରେ 30, ରାୟଗଡାରେ 27, ଗଜପତିରେ 14, ଦେଓଗଡରେ 9, ଷ୍ଟେଟ ପୋଲରେ 69।
ତେବେ ରାଜ୍ୟରେ ମୋଟ ଆକାରରେ ଆରୋଗ୍ୟ ହୋଇଛନ୍ତି 262031 ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ