ETV Bharat / city

ଏଏନଏମଙ୍କୁ ଠକେଇ ପଛରେ ଲମ୍ବା ଲିଷ୍ଟ, ଗିରଫଦାରୀ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ - ଏଏନଏମ ଡ୍ୟୁଟି

ସରକାରି ଚାକିରିର ମିଛ ଆଶ୍ବାସନା ନାଁରେ ଠକେଇର ଗୁମର। କୋଭିଡ଼ ସମୟରେ ଏଏନଏମ ଡ୍ୟୁଟି କରି ପାଇ ପାଇଥିବା ମୋଟା ଅଙ୍କର ଦରମାକୁ ହଡ଼ପ ପାଇ ଚକ୍ରାନ୍ତ। ଅଧିକ ପଢନ୍ତୁ...

ଏଏନଏମଙ୍କୁ ଠକେଇ ପଛରେ ଲମ୍ବା ଲିଷ୍ଟ,ଗିରଫଦାରୀ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ

author img

By

Published : Jan 12, 2021, 11:34 AM IST

ଭୁବନେଶ୍ବର: ରିମାଣ୍ଡରେ ସତ ଓଗାଳିଲେ କେ ଅଶ୍ବିନ ଦୋରା। କିଭଳି ହୋଇଥିଲା ସରକାରି ଚାକିରିର ମିଛ ଆଶ୍ବାସନା ନାଁରେ ଠକେଇର ଗୁମର। କୋଭିଡ଼ ସମୟରେ ଏଏନଏମ ଡ୍ୟୁଟି କରି ପାଇ ପାଇଥିବା ମୋଟା ଅଙ୍କର ଦରମାକୁ ହଡ଼ପ ପାଇ ଚକ୍ରାନ୍ତ। କିଭଳି ଏଏନଏମଙ୍କୁ ଚାକିରି ପରାମାନେଣ୍ଟ ନାରେ ଠକେଇ ପାଇଁ ପ୍ରସ୍ତୁତ ହୋଇଥିଲା ଷଡ଼ଯନ୍ତ୍ର।

ଏଥିପାଇଁ କିଛି ମାଷ୍ଟରମାଇଣ୍ଡ ରଚିଥିଲେ ଚକ୍ରାନ୍ତ। ଯାହାଙ୍କ ପଛରେ ରହିଛି କିଛି ନେତାଙ୍କ ହାତ। ଯାହାର କଚା ଚିଠା ରିମାଣ୍ଡରେ ଖୋଲିଛି ଅଭିଯୁକ୍ତ କେ ଅଶ୍ବିନ ଦୋରା। ଯାହାର ତଥ୍ୟ ଆଧାରରେ ଏକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରି ଗିରଫଦାରୀ ପାଇ ପ୍ରସ୍ତୁତ ହେଉଛି କ୍ୟାପିଟାଲ ଥାନା ପୋଲିସ।ଏପରିକି ଧାରଣା ସ୍ଥଳରୂ କିଛି ଗାଏବ ହୋଇଥିବା ବେଳେ କିଛିଙ୍କୁ ଗିରଫ ପାଇଁ ପୋଲିସ ପଇଁତରା ମାରୁଛି ଭ୍ୟାନ।

କିଛି ଲେଡି ମଧ୍ୟ ସାମିଲ ଥିବାରୂ ସେମାନଙ୍କୁ ଗିରଫ ପାଇ ମହିଳା ପୋଲିସ ସହ ସିଭିଲରେ ଯାଉଛନ୍ତି କମିସନରେଟପୋଲିସର ଅଧିକାରୀ। ଏଥିସହ ବିଭିନ୍ନ ଜିଲ୍ଲାରେ ଥିବା କୋର୍ଡିନେଟରଙ୍କୁ ମଧ୍ୟ ଧରିବାକୁ ବିଭିନ୍ନ ଜିଲ୍ଲା ପୋଲିସ ଜରିଆରେ ଟ୍ରାକ ଚାଲୁଛି। ଯେହେତୁ ଏହି ରାକେଟର ଚେର ବଡ଼ ନେତାଙ୍କ ଯାଏ ଲମ୍ବିଛି ଏଵେ କୋଟିଏରୁ ଉର୍ଦ୍ଦ୍ବ ଟଙ୍କା କାରବାର ହୋଇଥିବା ଜଣାପଡିଛି ।

ରିମାଣ୍ଡ ସରିବା ପରେ ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଜେଲକୁ ପଠାଯାଇଛି। ସେପଟେ କିଏ ସେହି ନେତା କଣ ଥିଲା ଉଦ୍ଦେଷ୍ୟ। କେତେ ଟଙ୍କା ଆନ୍ଦୋଳନ ରତ ଏଏନଏମ କର୍ମଚାରିଙ୍କୁ ଠକେଇ କରି ନେଇଛନ୍ତି। ଏହା ପଛର ଷଡ଼ଯନ୍ତ୍ରର ଚେର ଖୋଜିବାକୁ ଏକ ସ୍ବତନ୍ତ୍ର ଟିମ ମଧ୍ୟ ଲାଗିପଡିଛନ୍ତି।

ତେବେ କୋଭିଡ଼ ସମୟରେ କଣ୍ଟ୍ରାକଚୁଆଲ ବେସିସରେ ଏଏନ ଏମ ମାନଙ୍କଙ ସରକାର ଚାକିରି ଦେଇଥିଲେ ଏପରିକି ମୋଟାଅଙ୍କର ଦରମା ମଧ୍ୟ ଦେଙଥିଲେ। ହେଲେ କୋଭିଡ଼ ସରିବା ପୂର୍ବରୂ ସରକାର ସେମାନଙ୍କୁ ଆବଶ୍ୟକତା ନଥିବାରୁ କାଢିଦେଲେ। ହେଲେ ଏହାର ମୌକା ନେଇ ସେମାନଙ୍କ ଜଣକ ପିଛା ୧୫ ହଜାର ଟଙ୍କା କଲେକ୍ସନ କରି ଚାକିରି ପରାନେଣ୍ଟ କରିଦେବେ କହି ଠକେଇ କରିଥିଲେ।

ଏଥିସହ ଆନ୍ଦୋଳନରେ ବସିବା ପାଇଁ ଉସୁକାଇଥିଲେ।ଯାହାଙ୍କୁ ନେଇ ସେମାନଙ୍କର ଗୋଟିଏ ପରେ ଗୋଟିଏ ଅଡିଓ ଭାଇରାଲ ହେବା ପରେ । ଥାନାରେ ଅଭିଯୋଗ ପହଁଞ୍ଚିବା ପରେ ଏନେଇ ପୋଲିସ କଡା ଆଭିମୁଖ୍ୟ ନେଇ ଏହା ପଛର ସତ ଜାଣିବାକୁ ପାଇଥିଲେ। ଜଣେ ଜଣେ ହାଇପ୍ରୋଫାଇଲ ନେତାଙ୍କ ରହିଛି ହାତ। ଯାହାକୁ କେସକୁ ଆଣିବାକୁ ସେହି ଲିଙ୍କରେ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ।

ତେବେ କିଏ ସେହି ମାଷ୍ଟରମାଇଣ୍ଡ ପଲଟିକସିଆନ। ଯିଏ ଖେଳୁଛନ୍ତି ପିଏମଜି ଆନ୍ଦୋଳନରତ ଏଏନ ଏମ କର୍ମଚାରିଙ୍କ ସହ ଖେଳ। ମିଛ ଆଶ୍ବାସନା ଦେଇ ଏଭଳି ଚାକିରି ମିଳିଵାର ଆଶା ଦେଖାଇ ଚାକିରି ପାଇ ଆନ୍ଦୋଳନ କରିବାକୁ ପରୋକ୍ଷରେ ଉସୁକାଇବା ସହ ଖେଳୁଛନ୍ତି ରାଜନୈତିକ ଖେଳ। ତେବେ କେସରେ ଯିଏ ବି ଥାଉ ନା କାହିଁ ସମ୍ପୃକ୍ତି ଆସିଲେ ହେବେ ଗିରଫ ବୋଲି ଗଣମାଧ୍ୟମକୁ କହିଥିଲେ ଡିସିପି ଭୁବନେଶ୍ବର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.