ETV Bharat / city

ଉତ୍କଳ ୟୁନିଭରସିଟିରେ ଶିଖ ଧର୍ମଗୁରୁଙ୍କ ଚେୟାର ପ୍ରତିଷ୍ଠା ଦାବି - anil dhir letter to punjab cm

ରାଜ୍ୟର ସର୍ବପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟରେ ଶିଖ ଧର୍ମଗୁରୁ ଗୁରୁ ନାନକଙ୍କ ଚେୟାର ପ୍ରତିଷ୍ଠା କରିବା ପାଇଁ ଦାବି । ଏଭଳି ଦାବି କରିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ଅନୀଲ ଧୀର ।

ଉତ୍କଳ ୟୁନିଭରସିଟିରେ ଶିଖ ଧର୍ମଗୁରୁଙ୍କ ଚେୟାର ପ୍ରତିଷ୍ଠା ଦାବି
author img

By

Published : Nov 15, 2019, 1:40 AM IST

ଭୁବନେଶ୍ବର : ରାଜ୍ୟର ସର୍ବପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟରେ ଶିଖ ଧର୍ମଗୁରୁ ଗୁରୁ ନାନକଙ୍କ ଚେୟାର ପ୍ରତିଷ୍ଠା କରିବା ପାଇଁ ଦାବି । ଏଭଳି ଦାବି କରିଛନ୍ତି ସାମାଜିକ କର୍ମୀ ଅନୀଲ ଧୀର । ଏନେଇ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଉତ୍କଳ ୟୁନିଭରସିଟିରେ ଶିଖ ଧର୍ମଗୁରୁଙ୍କ ଚେୟାର ପ୍ରତିଷ୍ଠା ଦାବି

ଗୁରୁ ନାନକଙ୍କର 550 ତମ ଜନ୍ମଜୟନ୍ତୀ ଉପଲକ୍ଷେ ଓଡିଶାର ସର୍ବପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟରେ ନାନକଙ୍କ ଚେୟାର ପ୍ରତିଷ୍ଠା କରା ଗଲେ ଶିକ୍ଷିଜିମ ଉପରେ ଓଡିଶାର ଛାତ୍ରଛାତ୍ରୀମାନେ ଅଧ୍ୟ୍ୟୟନ ଏବଂ ଗବେଷଣା ପାଇଁ ସୁଯୋଗ ପାଇବେ । ଏହାଦ୍ବାରା ପଞ୍ଜାବ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ହେବ । ସେହିଭଳି ଭାବରେ ପଞ୍ଜାବର କୌଣସି ବିଶ୍ବବିଦ୍ୟାଳୟରେ ମଧ୍ୟ ଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରସାର ଏବଂ ଗବେଷଣା କରିବା ପାଇଁ ସେ ଅପିଲ କରିଛନ୍ତି ।

ଓଡିଶା ସହିତ ଗୁରୁ ନାନକଙ୍କ ସମ୍ପର୍କ ବହୁ ପୁରୁଣା । 1506 ମସିହାରେ ଗୁରୁ ନାନକ ଓଡିଶା ଆସି ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ ମଧ୍ୟ କରିଥିଲେ । ଓଡିଶା ବାହାରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବାରେ ଗୁରୁ ନାନକ ଏବଂ ଚୈତନ୍ୟଙ୍କ ବିଶେଷ ଭୂମିକା ଥିଲା । ଓଡିଶାର ବିଭିନ୍ନ ପ୍ରାନ୍ତରେ ନାନକ ଅବସ୍ଥାନ କରିଥିଲେ । ପ୍ରମାଣ ସ୍ବରୂପ ପୁରୀରେ ବାଉଳି ମଠ, ମଙ୍ଗୁ ମଠ ଏବଂ ପଞ୍ଜାବୀ ମଠ ନାନକପନ୍ଥୀ ମାନେ ପ୍ରତିଷ୍ଠା କରିଛନ୍ତି । ଭଦ୍ରକର ମାର୍କୋନା, ବିରଞ୍ଚିପୁର ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ନାନକ ଡିହା ଏବେବି ରହିଛି । ତେଣୁ ଗୁରୁ ନାନକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ଚେୟାର ପ୍ରତିଷ୍ଠା ହେବା ନେଇ ଆଶା ରଖିଛନ୍ତି ଅନୀଲ ଧୀର ।

ତେବେ ଗତ 3 ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ 11 ଗୋଟି ଚେୟାର ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି । ଏପରିକି ଇରାନରେ ଥିବା ଏକ ବିଶ୍ବବିଦ୍ୟାଳୟରେ ମଧ୍ୟ ଏକ ଚେୟାର ପ୍ରତିଷ୍ଠା କରିବା ନେଇ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଉତ୍କଳ ୟୁନିଭରସିଟିରେ ଶିଖ ଧର୍ମ ଗୁରୁ ନାନକ ଜୀଙ୍କ ଚେୟାର ପ୍ରତିଷ୍ଠା କରିବା ପାଇଁ ଦାବି। ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଆରମ୍ଭ।

Body:ରାଜ୍ୟର ସର୍ବପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିଖ ଧର୍ମଗୁରୁ ଗୁରୁ ନାନକ ଚେୟାର ପ୍ରତିଷ୍ଠା କରିବା ପାଇଁ ଦାବି।ଏଭଳି ଦାବି କରିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ଅନୀଲ ଧୀର।ଏନେଇ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।ଅପିଲ କରିଛନ୍ତି , ଗୁରୁ ନାନକଙ୍କର ୫୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଓଡ଼ିଶାର ସର୍ବପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟରେ ନାନକଙ୍କ ଚେୟାର ପ୍ରତିଷ୍ଠା କରାଗଲେ ଶିକ୍ଷିଜିମ ଉପରେ ଓଡ଼ିଶାର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ଏବଂ ଗବେଷଣା ପାଇଁ ସୁଯୋଗ ପାଇବେ।ଏହାଦ୍ୱାରା ପଞ୍ଜାବ ଏବଂ ଓଡିଶା ମଧ୍ୟରେ ସାଂସ୍କୃତିକ ଭାବବିନିମୟ ହେବ।ସେହିଭଳି ଭାବରେ ପଞ୍ଜାବର କୌଣସି ବିଶ୍ୱବିଦ୍ୟାଳୟରେ ମଧ୍ୟ ଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରସାର ଏବଂ ଗବେଷଣା କରିବା ପାଇଁ ସେ ଅପିଲ କରିଛନ୍ତି।

ଓଡିଶା ସହିତ ଗୁରୁ ନାନକଙ୍କ ସମ୍ପର୍କ ବହୁ ପୁରୁଣା।୧୫୦୬ ମସିହାରେ ଗୁରୁ ନାନକ ଓଡିଶା ଆସି ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ ମଧ୍ୟ କରିଥିଲେ।ଓଡିଶା ବାହାରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବାରେ ଗୁରୁ ନାନକ ଏବଂ ଚୈତନ୍ୟଙ୍କ ବିଶେଷ ଭୂମିକା ଥିଲା।ଏନେଇ ୫୦୦ ପୃଷ୍ଠାର ତଥ୍ୟ ସମ୍ମିଳିତ ଦସ୍ତାବିଜ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

ଗତ ୩ ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ୧୧ ଗୋଟି ଚେୟାର ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି।ଏପରିକି ଇରାନରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏକ ଚେୟାର ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛନ୍ତି।ଓଡ଼ିଶାରେ, ଉତ୍କଳ ବିଶ୍ଵବିଦ୍ୟାଳୟରେ ଗୁରୁ ନାନକ ଙ୍କର ଚେୟାର ପ୍ରତିଷ୍ଠା କରିବା ପାଇଁ ତାଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି।ଏହାଦ୍ୱାରା ଶିଖ ସଂସ୍କୃତି ବିଷୟରେ ପିଏଚଡି,ଗବେଷଣା କରିବା ପାଇଁ ସୁଯୋଗ ମିଳିବ।ଏପରିକି ପଞ୍ଜାବର କୌଣସି ଏକ ବିଶ୍ୱବିଦ୍ୟାଳୟରେ ଜଗନ୍ନାଥଙ୍କ ଚେୟାର ପ୍ରତିଷ୍ଠା ନେଇ ଅନୁରୂପ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ପଞ୍ଜାବର ମୁଖ୍ୟମନ୍ତ୍ରୀ ଏ ଅନୁରୋଧ ରକ୍ଷା କରିବେ ବୋଲି ଅନୀଲ ଧୀର ଆଶା ରଖିଛନ୍ତି ବୋଲି କହିଛନ୍ତି।

ସ୍ୱାଧୀନତା ବହୁ ପୂର୍ବରୁ ପୁରୀକୁ ଲାହୋରରୁ ୨୦୦୦ କିମି ଚାଲି ଚାଲି ଗୁରୁନାନକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ।ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ନାନକ ଅବସ୍ଥାନ କରିଥିଲେ।ପ୍ରମାଣ ସ୍ୱରୂପ ପୁରୀରେ ବାଉଳି ମଠ, ମଙ୍ଗୁ ମଠ ଏବଂ ପଞ୍ଜାବୀ ମଠ ନାନକପନ୍ଥୀ ମାନେ ପ୍ରତିଷ୍ଠା କରିଛନ୍ତି।ଭଦ୍ରକର ମାର୍କୋନା, ବିରଞ୍ଚିପୁର ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାନକ ଡିହା ଏବେବି ରହିଛି।ତେଣୁ ଗୁରୁ ନାନକ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ଚେୟାର ପ୍ରତିଷ୍ଠା ହେବା ନେଇ ଆଶା ରଖିଛନ୍ତି ଅନୀଲ ଧୀର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.