ଭୁବନେଶ୍ବର: ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ 5 ଦିନ ଛୁଟି ରହିବ ଅଙ୍ଗନବାଡି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ଠାରୁ 30 ତାରିଖ ପର୍ଯ୍ୟନ୍ତ 5 ଦିନ ପର୍ଯ୍ୟନ୍ତ ଅଙ୍ଗନବାଡ଼ି ବନ୍ଦ ରହିବ । ଏନେଇ ମହିଳା ଓ ଶିଶୁ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ 4 ରୁ 5 ଦିନ ହେବ ରାଜ୍ୟରେ ତାତି ଅସହ୍ୟ ହେଉଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ର 40 ଡିଗ୍ରୀ ଉପରେ ରହୁଛି। ପୂର୍ବାଞ୍ଚଳରୁ ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ଲଗାତର 3 ଦିନ ଧରି ତାତି ରେକର୍ଡ ଭାଙ୍ଗୁଛି । ଅନ୍ୟପଟେ ଆଜିଠାରୁ ମଧ୍ୟ ସ୍କୁଲ ଓ କଲେଜ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ରାଜ୍ୟରେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ