ETV Bharat / city

ଜାତୀୟ ଶିକ୍ଷାନୀତିକୁ ଅଙ୍ଗନୱାଡି କର୍ମୀଙ୍କ ବିରୋଧ - ଜାତୀୟ ଶିକ୍ଷାନୀତିକୁ ଅଙ୍ଗନବାଡୀ କର୍ମୀଙ୍କ ବିରୋଧ

କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି-2019କୁ ବିରୋଧ କରିଛନ୍ତି ଅଙ୍ଗନୱାଡି କର୍ମୀ । ଏହାକୁ ନେଇ ରାଜଧାନୀ ଗାନ୍ଧୀମାର୍ଗରେ ଏକତ୍ରିତ ହୋଇଛନ୍ତି ହଜାର ହଜାର କର୍ମୀ ।

anganwadi protest in bbsr
ଜାତୀୟ ଶିକ୍ଷାନୀତିକୁ ଅଙ୍ଗନବାଡୀ କର୍ମୀଙ୍କ ବିରୋଧ
author img

By

Published : Dec 13, 2019, 5:18 PM IST

ଭୁବନେଶ୍ବର: ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡି କର୍ମୀମାନେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି 2019କୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ ରାଜଧାନୀର ଗାନ୍ଧିମାର୍ଗରେ ଏକତ୍ରିତ ହୋଇଛନ୍ତି । ଏହି ଶିକ୍ଷା ନୀତି ପ୍ରଣୟନ ଦ୍ୱାରା ସେମାନଙ୍କୁ ଜୀବିକା ହରାଇବାକୁ ପଡିବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଜାତୀୟ ଶିକ୍ଷାନୀତିକୁ ଅଙ୍ଗନବାଡୀ କର୍ମୀଙ୍କ ବିରୋଧ

ଦେଶରେ ପ୍ରାଥମିକ ବିଦ୍ୟାଳୟ ଶିଶୁମାନଙ୍କ ପୃଷ୍ଟିହୀନତା ଦୂରୀକରଣ ଓ ଗର୍ଭବତୀ ପ୍ରସୂତି ମହିଳାଙ୍କ ପୃଷ୍ଟିହୀନତା ଏବଂ ସ୍ୱାସ୍ଥ୍ୟ ଚିକିତ୍ସା, ମୃତ୍ୟୁହାର ହ୍ରାସ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି ଅଙ୍ଗନୱାଡି କର୍ମୀ । ଏହାଦ୍ବାରା ସେଥିରେ ମଧ୍ୟ ବାଧା ସୃଷ୍ଟି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି । ତେଣୁ ଏହାକୁ ପ୍ରତ୍ୟାହାର କରିବା ସହିତ ଏହି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଆହୁରି ସୁ-ସଂଗଠିତ ଭାବେ କାର୍ଯ୍ୟ କରାଇବାକୁ ଦାବି କରିଛନ୍ତି । କର୍ମୀମାନଙ୍କୁ ପିଲାମାନଙ୍କ କେବଳ ଶିକ୍ଷା ଦିଗରେ ମନୋନିବେଶ ପାଇଁ ସୁବିଧା ସୁଯୋଗ ପ୍ରଦାନ କରାଯିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ଯଦି ଦାବି ପୂରଣ ନହୁଏ ତେବେ ସଂଗଠନ ପକ୍ଷରୁ ଏହା ବିରୁଦ୍ଧରେ ଦେଶବ୍ୟାପୀ ଧର୍ମଘଟ କରାଯିବ ବୋଲି ଚେତାବନୀ ଦେଇଛନ୍ତି ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଙ୍ଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ, ଇଟିଭି ଭାରତ

Intro: ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀମାନେ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି 2019 କୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର ଦାବିରେ ରାଜଧାନୀର ଗାନ୍ଧିମାର୍ଗରେ ଏକତ୍ରିତ ହୋଇଛନ୍ତି।ଏହି ଶିକ୍ଷା ନୀତି ପ୍ରଣୟନ ଦ୍ୱାରା ସେମାନଙ୍କୁ ତାଙ୍କ ଜୀବିକା ହରାଇବାକୁ ପଡିବ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।

Body:ଦେଶରେ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିହୀନତା ଦୂରୀକରଣ ଓ ଗର୍ଭବତୀ ପ୍ରସୂତି ମହିଳାଙ୍କ ପୁଷ୍ଟିହୀନତା ଏବଂ ସ୍ୱାସ୍ଥ୍ୟ ଚିକିତ୍ସା,ମୃତ୍ୟୁହାର ହ୍ରାସ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସିଛନ୍ତି।ଏହା ଦ୍ବାରା ସେଥିରେ ମଧ୍ୟ ବାଧା ସୃଷ୍ଟି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି।ତେଣୁ ଏହା କୁ ପ୍ରତ୍ୟାହାର କରିବା ସହିତ ଏହି ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଆହୁରି ସୁ ସଂଗଠିତ ଭାବେ କାର୍ଯ୍ୟ କରିବା ସହିତ କର୍ମୀମାନଙ୍କୁ ପିଲାମାନଙ୍କ କେବଳ ଶିକ୍ଷା ଦିଗରେ ମନୋନିବେଶ ପାଇଁ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।
ନଚେତ ସଂଗଠନ ପକ୍ଷରୁ ଏହା ବିରୁଦ୍ଧରେ ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେବା ପାଇଁ ଚେତାବନୀ ଦିଆଯାଇଥିବା ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ବାଇଁ ପ୍ରକାଶ କରିଛନ୍ତି।
ବାଇଟ -ହରପ୍ରିୟା ସ୍ବାଇଁ-ସାଧାରଣ ସମ୍ପାଦିକା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.