ଭୁବନେଶ୍ବର: ଆସନ୍ତା ୨୮ରୁ ଖୋଲିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ । ଅଙ୍ଗନବାଡି ଖୋଲିବା ନେଇ ବିଭାଗ ପକ୍ଷରୁ ନୂଆ SOP ମଧ୍ୟ ଜାରି କରାଯାଇଛି । ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ।
ସ୍କୁଲ ଓ କଲେଜ ପରେ ଏବେ ଅଙ୍ଗନ ବାଡ଼ି ପାଳି । ଆସନ୍ତା ୨୮ରୁ ଖୋଲିବାକୁ ନିଷ୍ପତ୍ତି ନେଲେ ସରକାର । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ସକାଳ ୭ଟା ୩୦ ରୁ ୯ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ମହାମାରୀ ପାଇଁ 19.04.2021 ପରଠାରୁ ସାରା ରାଜ୍ୟରେ ଅଙ୍ଗନ ବାଡିଗୁଡିକ ବନ୍ଦ ରହିଥିଲା ।
ଅଙ୍ଗନ ବାଡି ପରିସରକୁ ପୁନଃ ଖୋଲିବା ପୂର୍ବରୁ ପରିଷ୍କାର ଏବଂ ସଠିକ୍ ଭାବରେ ସାନିଟାଇଜ୍ କରାଯିବା ଆବଶ୍ୟକ । ସାଧାରଣ ଭାବରେ କେନ୍ଦ୍ରରେ ସାବୁନ୍, ପାଣି ଏବଂ ସାନିଟାଇଜର୍ ସହିତ ହ୍ୟାଣ୍ଡ ୱାସ୍ ସୁବିଧା ପ୍ରବେଶ ଦ୍ୱାରରେ ରଖାଯିବ । ସେପଟେ ସମସ୍ତ କର୍ମୀ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ । ଯଦି ଉଦ୍ଦେଶ୍ୟମୂଳକ ଭାବେ ଟିକା ନ ନିଅନ୍ତୁ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ