ETV Bharat / city

ରାଜ୍ୟରେ ବଢୁଛି ଆନେମିଆ ରୋଗୀଙ୍କ ସଂଖ୍ୟା: ପରିବାର କଲ୍ୟାଣ ନିର୍ଦ୍ଦେଶକ

author img

By

Published : Mar 5, 2022, 5:09 PM IST

ଆସନ୍ତା 5 ବର୍ଷ ଭିତରେ ରାଜ୍ୟରୁ 50% ଆନେମିଆ ରୋଗୀଙ୍କ ସଂଖ୍ୟା କମିବ । ଏନଏଚଏଫସି(National Family Health Survey) 5ର ରିପୋର୍ଟକୁ ଆଧାର କରି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନୂଆ ରଣନୀତି ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ଆନେମିଆ ରୋଗୀଙ୍କ ସଂଖ୍ୟା: ପରିବାର କଲ୍ୟାଣ ନିର୍ଦ୍ଦେଶକ
ରାଜ୍ୟରେ ବଢୁଛି ଆନେମିଆ ରୋଗୀଙ୍କ ସଂଖ୍ୟା: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ବଢୁଛି ରକ୍ତହୀନତା । ନୂଆ ରଣନୀତି ଅନୁସାରେ ପ୍ରତିବର୍ଷ ୧୦% ଲେଖାଏଁ ଆନେମିଆ ରୋଗୀଙ୍କ ସଂଖ୍ୟା କମିବ। ପ୍ରତି ଜିଲ୍ଲାରେ ମିଳୁଥିବା ମାଇକ୍ରୋନ୍ୟୁଟ୍ରିଏଣ୍ଟ ଖାଦ୍ୟର ତାଲିକା ପ୍ରସ୍ତୁତ କରାଯାଇ ତାହା କିପରି ପ୍ରକୃତ ହିତାଧିକାରୀଙ୍କୁ ମିଳିବ ସେ ଦିଗରେ ଗୁରୁତ୍ବ ଦିଆଯିବ । ଏହାର କାରଣ ପ୍ରତିଷେଧକ ଓ ନିରାକରଣ ବାବଦରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ।

ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଏସ୍‌ସିଏସ୍, ସ୍ବାସ୍ଥ୍ୟ ଓ ଜନମଙ୍ଗଳା କେନ୍ଦ୍ରଗୁଡିକରେ ପୋଷଣ ସପ୍ତାହ, ସ୍ତନ୍ୟପାନ ସପ୍ତାହ, ମହିଳା ଦିବସ, ବିଶ୍ଵ ଥାଲାସେମିଆ ଦିବସ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ଆନେମିଆ ଅଧିକ ଥିବା ଜିଲ୍ଲା ଗୁଡିକରେ ରକ୍ତହୀନତାର ଲକ୍ଷଣ ଥିବା ଗର୍ଭବତୀ ମହିଳା ଓ ପ୍ରଥମଥର ଗର୍ଭବତୀ ହେଉଥିବା ମହିଳାମାନଙ୍କ ତାଲିକା ରଖାଯିବ।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଏନ୍‌ଏଚ୍ଏଫ୍ସି (National Family Health Survey) ଅନୁସାରେ ରାଜ୍ୟରେ 6 ରୁ 59 ମାସର ଶିଶୁଙ୍କ ମଧ୍ୟରେ ଆନେମିଆ ପ୍ରାୟ ୧୯% ବଢ଼ିଛି । ଏନ୍‌ଏଚ୍‌ଏଫ୍‌ସି 4ରେ ଏହା 44.6% ଥିଲା ବେଳେ ଏନ୍‌ଏଚ୍ଏଫ୍ସି 5ରେ ଏହା 64.2%କୁ ବଢ଼ିଛି । ସେହିପରି 15 ରୁ 19 ବର୍ଷ କିଶୋରୀ ବାଳିକାଙ୍କ ଭିତରେ ଆନେମିଆ ପରିମାଣ 14%କୁ ବୃଦ୍ଧି ପାଇଛି।

ପ୍ରଜନନ ପାଇଁ ଯୋଗ୍ୟ ଥିବା ମହିଳାଙ୍କ ଭିତରେ ଆନେମିଆ ପରିମାଣ 13%କୁ ବୃଦ୍ଧି ପାଇଛି । ଏନ୍ଏଫ୍ଏଚ୍‌ସି 4 ରେ ରାଜ୍ୟରେ 51% ପ୍ରଜନନ ମହିଳାଙ୍କ ଠାରେ ଆନେମିଆ ଲକ୍ଷଣ ଦେଖାଯାଇଥିବା ବେଳେ ଏନଏଚଏଫସି 5ରେ ଏହା 64.3% ରହିଛି । ଗର୍ଭବତୀ ମହିଳାଙ୍କ ଠାରେ ଆନେମିଆର ପରିମାଣ 14%କୁ ବୃଦ୍ଧି ପାଇଛି ।

ଏହାବି ପଢନ୍ତୁ : ଭାରତରେ ଇଣ୍ଟର୍ଣ୍ଣସିପ୍ ପୁରା କରିପାରିବେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ ବରଂ ଖୋର୍ଦ୍ଧା, ପୁରୀ, କଟକ, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ବି ରକ୍ତହୀନତାର ବିକଳ ଚିତ୍ର ଦେଖିବାକୁ ମିଳିଛି । 6 ରୁ 59 ମାସର ଶିଶୁଙ୍କ ଭିତରେ ରକ୍ତହୀନତାର ପରିମାଣକୁ ନଜର ପକାଇଲେ ଜଣାଯାଏ ଯେ ରାଜ୍ୟର ମାଲକାନଗିରି ଜିଲ୍ଲାରେ ଏହା ସର୍ବାଧିକ । ସେହିପରି 15ରୁ 49 ବର୍ଷୀୟା ମହିଳାଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ସର୍ବାଧିକ 75.8%, କନ୍ଧମାଳରେ ସର୍ବନିମ୍ନ 48.8% ଗର୍ଭବତୀଙ୍କ ମଧ୍ୟରେ ଗଜପତିରେ ସର୍ବାଧିକ 77.4% ବୌଦ୍ଧରେ ସର୍ବନିମ୍ନ 40% ରହିଛି ।

ଏସବୁ ସ୍ଥିତିକୁ ଅନୁଧ୍ୟାନ କରି ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଅନେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ କରିବାକୁ ପ୍ରୟାସ ଆରମ୍ଭ କରିଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସମସ୍ତଙ୍କର ହିମୋଗ୍ଲୋବିନ ଟେଷ୍ଟ କରାଯିବ। ଏହା ଦ୍ୱାରା ରକ୍ତହୀନତାର ସ୍ତର କେତେ ରହିଛି। ସାଧାରଣ ଭାବରେ ସ୍କୁଲରେ ଟେଷ୍ଟ କରାଯିବ। ଗର୍ଭବତୀଙ୍କ ମଧ୍ୟ ଟେଷ୍ଟ କରାଯିବ। ଏହାଦ୍ୱାରା ଏନେମିଆର ସ୍ତର କେତେ ରହିଛି ତାପରେ ଚିକିତ୍ସା କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.