ETV Bharat / city

ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗ: 9ରେ ହୋଇପାରେ ବିବାଦର ଅନ୍ତ

author img

By

Published : Nov 6, 2021, 10:06 PM IST

ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗ । ଏନେଇ ଆସନ୍ତା ୯ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଓଡିଶା ଗସ୍ତରେ ଆସୁଛନ୍ତି । ଅଧିକ ପଢନ୍ତୁ...

ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗ;9ରେ ହୋଇପାରେ ବିବାଦର ଅନ୍ତ

ଭୁବନେଶ୍ବର : ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗ । ଏନେଇ ଆସନ୍ତା ୯ତାରିଖରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟ ସରକାର ବହୁ ପୂର୍ବରୁ ଯେଉଁ ସୀମା ବିବାଦ ଲାଗି ରହିଛି ସେହି ବିଷୟରେ ଗୁରୁତ୍ୱ ଦେଇ ଆଲୋଚନା କରିବା ଆବଶ୍ୟକତା ଥିଲା । କିନ୍ତୁ ବହୁ ବିଳମ୍ବରେ ହେଲେ ମଧ୍ୟ ଏହି ବିଷୟରେ ଚିନ୍ତା କରିଛନ୍ତି ବୋଲି ବିଜେପିର ରାଜ୍ୟ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସୀମା ବିବାଦକୁ ନେଇ ଯେଉଁ ସମସ୍ୟା ସୃଷ୍ଟି ହୋଇଛି । ତାହାର ସମାଧାନ ନିହାତି ଆବଶ୍ୟକ ।

ରାଜ୍ୟ ସରକାର ଗମ୍ଭୀରତା ପୂର୍ବକ ସୀମା ବିବାଦ ପ୍ରସଙ୍ଗକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ । ସୀମା ବିବାଦକୁ ନେଇ ଆଗାମୀ ଦିନରେ ଦୁଇ ରାଜ୍ୟ ମଧ୍ୟରେ ସୁ ସମ୍ପର୍କ ପ୍ରତିଷ୍ଠା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଦୃଢ ଏଜେଣ୍ଡା ପ୍ରସ୍ତୁତ କରନ୍ତୁ । ଏହି ଆଲୋଚନାରେ ଓଡିଶାର ସ୍ୱାର୍ଥ ଯେପରି ହାନି ନହୁଏ । ସେ ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.