ETV Bharat / city

ଭକ୍ତର କାନଭାସର କାଳିଆର ଜୀବନ୍ତ ଚିତ୍ର

author img

By

Published : Jul 19, 2021, 9:43 PM IST

ଭକ୍ତ ଭାବରେ ବନ୍ଧା କାଳିଆ ସୁନା । ଆଉ ସେ ହିଁ ଭକ୍ତ ପାଇଁ ରତ୍ନ ସିଂହାସନ ଛାଡି ରଥାରୁଢ଼ ହୋଇ ଆସେ ବଡ଼ଦାଣ୍ଡକୁ । ବର୍ଷକୁ ଥରେ ଦର୍ଶନ ପାଇଁ ଭକ୍ତ ପାଖକୁ ଧାଇଁଆସେ ଭାବର ଠାକୁର । ଅଧିକ ପଢ଼ନ୍ତୁ...

ଭକ୍ତର କାନଭାସର କାଳିଆର ଜୀବନ୍ତ ଚିତ୍ର
ଭକ୍ତର କାନଭାସର କାଳିଆର ଜୀବନ୍ତ ଚିତ୍ର

ଭୁବନେଶ୍ବର: ଭକ୍ତ ଭାବରେ ବନ୍ଧା କାଳିଆ ସୁନା । ଆଉ ସେ ହିଁ ଭକ୍ତ ପାଇଁ ରତ୍ନ ସିଂହାସନ ଛାଡି ରଥାରୁଢ଼ ହୋଇ ଆସେ ବଡ଼ଦାଣ୍ଡକୁ । ବର୍ଷକୁ ଥରେ ଦର୍ଶନ ପାଇଁ ଭକ୍ତ ପାଖକୁ ଧାଇଁଆସେ ଭାବର ଠାକୁର । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ପାଇଁ କାଳିଆ ଠାକୁର ରଥାରୁଢ଼ ହୋଇଛି ଆଉ ତା ରଥ ଯାତ୍ରା ବି ହୋଇଛି । କିନ୍ତୁ ନା ତାର ପ୍ରିୟ ଭକ୍ତ ସେହି ରଥକୁ ନା ଟାଣିପାରୁଛି ନା ବଡ଼ଦାଣ୍ଡରେ ଯାଇ ଟିକେ ଆଖି ପୁରେଇ ଦେଖିପାରୁଛି । ତେଣୁ ନିଜ ଭାବକୁ ଓ ଭକ୍ତିକୁ ତା ପାଖରେ ସମର୍ପଣ କରିବାକୁ ଚିତ୍ରରେ ସଜେଇଛି କାଳିଆ ଠାକୁରକୁ । ରାଜଧାନୀର ଓ଼ଲ୍ଡ ଟାଉନର ଚିତ୍ରଶିଳ୍ପୀ ରାଜକିଶୋର ମହାରଣା କାନଭାସ ଓ କାଳିରେ କାଳିଆର ବିଭିନ୍ନ ଲୀଳାକୁ ନେଇ ଅତି ଚମତ୍କାର ଚିତ୍ର ଆଙ୍କିଛନ୍ତି ।

ଭକ୍ତର କାନଭାସର କାଳିଆର ଜୀବନ୍ତ ଚିତ୍ର

କେତେବେଳେ କାଳିଆକୁ ଭକ୍ତ ଟିଏ ଦେଖିବାକୁ ଅପେକ୍ଷାରେ ରହିଥିବା ଚିତ୍ର ତ କେତେବେଳେ ଆନନ୍ଦ ବଜାରରେ ପ୍ରଭୁଙ୍କ ଅଭଡ଼ାକୁ ଚାହିଁ ରହିଥିବା ଓଲଟପାରର ଚିତ୍ର । ଆଉ ଆସନ୍ତାକାଲି(ମଙ୍ଗଳବାର) ବାହୁଡ଼ା ଯାତ୍ରା ଥିବାରୁ ଚତୁଦ୍ଧାମୂର୍ତିଙ୍କୁ ରଥାରୂଢକରି ବଡ଼ଦାଣ୍ଡରେ ଯାଉଥିବା ଦୃଶ୍ୟକୁ ଅତି ସୁନ୍ଦର ଭାବରେ ସଜାଇଛନ୍ତି ନିଜ ରଙ୍ଗ ତୂଳୀରେ ।

କାଳିଆର ରଥଯାତ୍ରାଠୁ ଆରମ୍ଭ କରି ସୁନାବେଶ ଯାଏଁ ୱାଟର କଲର, ପଟ୍ଟଚିତ୍ର ଓ କାନଭାସରେ ମହାପ୍ରଭୁଙ୍କ ଚିତ୍ରକୁ ବେଶ ଜୀବନ୍ତ କରିଛନ୍ତି ରାଜକିଶୋର । ମହାପ୍ରଭୁଙ୍କୁ ନିଜ ରଙ୍ଗ ତୂଳୀରେ ସଜେଇ ରାଜକିଶୋର ଖୁସି ଜାହିର କରିଛନ୍ତି । ଭାବର ଠାକୁରଙ୍କୁ ପାଖରୁ ଯାଇ ଦର୍ଶନ କରିବାକୁ କୋରୋନା ହଟିଯାଉ ବୋଲି ପ୍ରାର୍ଥନା ମଧ୍ୟ କରିଛନ୍ତି ରାଜକିଶୋର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.