ETV Bharat / city

ଓଡ଼ିଶା ଦେଖିବ ଧର୍ମପଦର ସଂଘର୍ଷ କାହାଣୀ: ରାମାେଜୀ ଫିଲ୍ମ ସିଟି ସମେତ ବିଭିନ୍ନ ସ୍ଥାନରେ ସୁଟିଂ ଆରମ୍ଭ - Dharamare movie

କୋଣାର୍କ ମନ୍ଦିର ମୁଣ୍ଡି ମାରିଥିବା କୁଶଳୀ କାରିଗର ଧର୍ମପଦ ଓ ୧୨ଶହ ବଢ଼େଇଙ୍କର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡିଆ ଚଳଚ୍ଚିତ୍ର "ଧରମା ରେ" । ଅଧିକ ପଢ଼ନ୍ତୁ...

ଓଡ଼ିଶା ଦେଖିବ ଧର୍ମପଦର ସଂଘର୍ଷ କାହାଣୀ
ଓଡ଼ିଶା ଦେଖିବ ଧର୍ମପଦର ସଂଘର୍ଷ କାହାଣୀ
author img

By

Published : Nov 7, 2021, 8:08 PM IST

ଭୁବନେଶ୍ବର: ବିଶ୍ୱବିଦିତ ସୂର୍ଯ୍ୟମନ୍ଦିର ବା କୋଣାର୍କ ମନ୍ଦିର ମୁଣ୍ଡି ମାରିଥିବା କୁଶଳୀ କାରିଗର ଧର୍ମପଦ ଓ ୧୨ଶହ ବଢ଼େଇଙ୍କର କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡିଆ ଚଳଚ୍ଚିତ୍ର "ଧରମା ରେ" । ଆଜି ଏହି ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି । କୋଣାର୍କର ପ୍ରତିକୃତି କରାଯାଇ ଏହି ଚଳଚ୍ଚିତ୍ରର ସୁଟିଂ ହେବା ନେଇ ସୂଚନା ମିଳିଛି । ଓଡ଼ିଶା, ରାମୋଜୀ ଫିଲ୍ମସିଟି ସମେତ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ ।

ଓଡ଼ିଶା ଦେଖିବ ଧର୍ମପଦର ସଂଘର୍ଷ କାହାଣୀ
ଓଡ଼ିଶା ଦେଖିବ ଧର୍ମପଦର ସଂଘର୍ଷ କାହାଣୀ

ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର କାହାଣୀକୁ ନେଇ ଏହି ଓଡ଼ିଆ ଚଳଚ୍ଚିତ୍ର ତିଆରି ହେବାକୁ ଯାଉଛି । ଫିଲ୍ମରେ ବିଶୁମହାରଣା ଚରିତ୍ରରେ ନଜର ଆସିବେ ଅଭିନେତା ସମ୍ବିତ ଏବଂ ଧରମାଙ୍କ ମାଆଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ରେଶମା । ଫିଲ୍ମଟି ବାସୁଦେବ ସିରିଆସନ ବ୍ୟାନରରେ ପ୍ରସ୍ତୁତ ହେଉଛି ।

ଓଡ଼ିଶା ଦେଖିବ ଧର୍ମପଦର ସଂଘର୍ଷ କାହାଣୀ

ଫିଲ୍ମରେ ପ୍ରଯୋଜକ ଦାୟିତ୍ବରେ ରହିଛନ୍ତି ପ୍ରଦୀପ ଖୁଣ୍ଟିଆ ଓ ନିର୍ଦ୍ଦେଶକ ଦାୟିତ୍ବରେ ଦେବୀ ପ୍ରସାଦ ଖୁଣ୍ଟିଆ ରହିଛନ୍ତି । ବସନ୍ତ ରାଜ ସାମଲ ଗୀତ ଲେଖିଥିବାବେଳେ ଦେବୁ ବ୍ରହ୍ମା ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.