ETV Bharat / city

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ - navin pattnaik

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Nov 12, 2020, 6:00 PM IST

Updated : Nov 12, 2020, 6:10 PM IST

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି । କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ଜରିଆରେ ଏଥିରେ ଯୋଗ ଦେଇଛନ୍ତି।

ଆଗକୁ ଶୀତ ଅଧିବେଶନ ଆସୁଥିବାରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବୈଠକରେ ସ୍ଥାନ ପାଇବ । ବିଶେଷ କରି ପୂର୍ତ୍ତ, ସ୍ବାସ୍ଥ୍ୟ, ରାଜସ୍ବ ବିଭାଗର ପ୍ରସ୍ତାବ ରହିଛି । ସେହିଭଳି 2020-21 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଲାଭ କରିବ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି। କୋରୋନା ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି ଉପରେ ପ୍ରଭାବ ପଡ଼ିଛି । ତେବେ କୋରୋନା ମହାମାରୀ ପରେ ଅର୍ଥନୀତିରେ କିଭଲି ସୁଧାର ଆସିବ ସେନେଇ ଆଲୋଚନା ହେବ। ଏହାଛଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।

ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପ ନିର୍ବାଚନରେ ଶାସକ ଦଳ ବିଜେଡି ବିପୁଳ ମାତ୍ରାରେ ବିଜୟ ଲାଭ କରିଛି । ଏହାପରେ ଦୁଇ ନୂଆ ବିଧାୟକଙ୍କୁ କିଛି ଦାୟିତ୍ବ ଦିଆଯାଇପାରେ । ଏହାସହ ଆଗକୁ ଦୀପାବଳି ଆସୁଛି । ଏହାକୁ ନେଇ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ତେବେ ଏହାପୂର୍ବରୁ ଦୀପାବଳି ପାଇଁ ସମସ୍ତ ପ୍ରକାର ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର । ଏହାଛଡ଼ା ଆଗକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବାକୁ ଅଛି । ଏହାକୁ ନେଇ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 12, 2020, 6:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.