ନୂଆଦିଲ୍ଲୀ: କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି । ଜାତୀୟ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ବିରୋଧରେ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ କମିଶନଙ୍କ ନିକଟରେ ହାଜର ନହେବାରୁ ଜିଲ୍ଲାପାଳଙ୍କ ବିରୋଧରେ ଏହି ଗିରଫ ଓ୍ବାରେଣ୍ଟ ଜାରି ହୋଇଛି ।
ଏଥିପାଇଁ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଅନୁସୂଚିତ ଜାତୀୟ କମିଶ । ଆଶିଷ ଠାକରେଙ୍କୁ ଗିରଫ କରି କମିଶନଙ୍କ ନିକଟରେ ହାଜର କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ISLF Ltd, ନାଁରେ ଦାରା ସିଂ ଖଟୁଆ ଜମି ଅଧିଗ୍ରହଣ ଅଭିଯୋଗ ଆଣି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଜମି ଅଧିଗ୍ରହଣ ପରେ କ୍ଷତିପୂରଣ ପ୍ରଦାନ ଏବଂ ଚାକିରୀ ସୁବିଧା ମଧ୍ୟ ଦାରାଙ୍କୁ ପ୍ରଦାନ କରାଯାଇନାହିଁ । ଏହାକୁ ଚ୍ୟାଲେଞ୍ଜ କରି ଦାରା ସିଂ ଖଟୁଆ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ କମିଶନ ମଧ୍ୟ ଏହି ମାମଲାରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ସମନ କରିଥିଲେ ।
ବାରମ୍ବାର ସମନ ସତ୍ତ୍ବେ ଜିଲ୍ଲାପାଳ ଆଶିଷ ଠାକରେ କମିଶନଙ୍କ ଦ୍ବାରସ୍ଥ ହୋଇନଥିଲେ । ତେବେ ଅଭିଯୋଗକାରୀ ଦାରି ସିଂ ଖଟୁଆ କେନ୍ଦୁଝର ଜିଲ୍ଲା ଲହଣ୍ଡା ଗ୍ରାମର ବାସିନ୍ଦା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ