ETV Bharat / city

ଚାଲିଛି ଅମ୍ରିତଙ୍କ ଚିକିତ୍ସା, ବିଦେଶରୁ ଛୁଟୁଛି ସହାୟତା - ବିଦେଶରୁ ଛୁଟୁଛି ସହାୟତା

ଅମ୍ରିତଙ୍କୁ ବଞ୍ଚାଇବା ପାଇଁ ଛୁଟୁଛି ସହାୟତା। କେବଳ ଓଡିଶା ନୁହେଁ ବିଦେଶରୁ ମଧ୍ୟ ଆସୁଛି ସହାୟତାର ହାତ। ଅଧିକ ପଢନ୍ତୁ...

ଅମ୍ରିତଙ୍କ ଚାଲିଛି ଚିକିତ୍ସା, ବିଦେଶରୁ ଛୁଟୁଛି ସହାୟତା

author img

By

Published : Jun 7, 2021, 10:08 PM IST

ଭୁବନେଶ୍ବର: କୋରୋନା ମହାମାରୀରେ ସଂକ୍ରମିତ ହେବା ପରେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ଏବେ ଚେନ୍ନାଇ ସ୍ଥିତ ଆପୋଲୋରେ ଚିକିତ୍ସିତ ହେଉଛନ୍ତି ଅମ୍ରିତ । ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ବାଧକ ସାଜିଥିବାବେଳେ ଆଜି ଅମ୍ରିତଙ୍କ ପାଇଁ ସମସ୍ତେ ଆଗେଇ ଆସିଛନ୍ତି। କେବଳ ଓଡିଶା ନୁହେଁ ଦେଶ ବିଦେଶରୁ ମଧ୍ୟ ଆସୁଛି ସହାୟତା । କେବଳ ଅସହାୟ ବାପା-ମାଆଙ୍କ ଆଶା ବାଡି ସାଜିଛନ୍ତି କିଛି ସହୃଦୟ ବ୍ୟକ୍ତି । ଆଜି ପର୍ଯ୍ୟନ୍ତ ବିଦେଶରୁ 13 ଲକ୍ଷ 57 ହଜାର 583 ଟଙ୍କା ସହାୟତା ରାଶି ଆସିସାରିଛି ।

ଅମ୍ରିତଙ୍କ ଚାଲିଛି ଚିକିତ୍ସା, ବିଦେଶରୁ ଛୁଟୁଛି ସହାୟତା
ଅମ୍ରିତଙ୍କ ଚାଲିଛି ଚିକିତ୍ସା, ବିଦେଶରୁ ଛୁଟୁଛି ସହାୟତା

ଅମ୍ରିତଙ୍କ ଚିକିତ୍ସା ପାଇଁ ସମୁଦାୟ ଦେଢ କୋଟି ଟଙ୍କାର ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସହାୟତା 91 ଲକ୍ଷ 74 ହଜାର 708 ଟଙ୍କା ମିଳିଛି। ତେବେ ବିଦେଶରେ ରହିଥିବା ଅନେକ ଓଡ଼ିଆ ମାନେ ଏହି ସାହାଯ୍ୟ ଯୋଗାଇ ଦେଇଛନ୍ତି। ଯାହା ୟୁଏସଏ, କାନାଡ଼ା, ଓ ୟୁରୋପ ପରି ଦେଶରୁ ଆସୁଛି ସହାୟତା। ବର୍ତ୍ତମାନ ଅମ୍ରିତ ପ୍ରଧାନଙ୍କ ଟ୍ରାକୋଷ୍ଟୋମି ଅସ୍ତ୍ରୋପଚାର କରାଯାଇଛି । ଏକ ପାଇପ ମାଧ୍ୟମରେ ଫୁସଫୁସ କୁ ଅକ୍ସିଜେନ ସପ୍ଲାଇ କରାଯାଉଛି। ବର୍ତ୍ତମାନ ଅମ୍ରିତଙ୍କ ସ୍ବାସ୍ଥ୍ୟ ସ୍ଥିର ଥିଲେ ମଧ୍ୟ ସେ ଏବେ ବି ଗୁରୁତର ଅଛନ୍ତି ବୋଲି କହିଛନ୍ତି ପରିବାର ଲୋକ।

ସୂଚନାନୁଯାୟୀ, କୋରୋନାରେ ସଂକ୍ରମଣ ହେବା ପରେ ଅମ୍ରିତଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଯାହା 60 ପ୍ରତିଶତ ସମ୍ପୂର୍ଣ୍ଣ ରୂପେ ସଂକ୍ରମଣ ହୋଇଯାଇଥିଲା। ରାଜ୍ୟରେ ଇକମୋ ୟୁନିଟ ନଥିବା ହେତୁ ଅମ୍ରିତଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା। ଏହି ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ଆବଶ୍ୟକତା ଥିବା ବେଳେ ଅମ୍ରିତଙ୍କ ପାଇଁ ଦେଶ ବିଦେଶରୁ ଆସୁଛି ସହାୟତା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.