ETV Bharat / city

କାହାର ଫୋନ କଲ ନେଲା ଅମରେଶଙ୍କ ଜୀବନ - ଏୟାରଫିଲଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡ

ରାଜଧାନୀର ଏୟାରଫିଲଡ ଅଞ୍ଚଳରେ ହୋଇଥିବା ଅମରେଶ ନାୟକ ହତ୍ୟାକାଣ୍ଡ ଘଟଣା ବର୍ତ୍ତମାନ ସାଂଘାତିକ ମୋଡ ନେଇଛି। ଯାହାର ଖୁଲାସା କରିଛି କମିସନରେଟ ପୋଲିସ। ଏ ହତ୍ୟାକାଣ୍ଡରେ ଜଡିତ ଥିବା 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କମିଶନରେଟ ପୋଲିସ। ଅଧିକ ଖବର ପଢନ୍ତୁ...

କାହାର ଫୋନ କଲ ନେଲା ଅମରେଶଙ୍କ ଜୀବନ
author img

By

Published : Nov 6, 2019, 11:48 PM IST

Updated : Nov 7, 2019, 10:03 AM IST

ଭୁବନେଶ୍ବର: ଫୁଟିଲା ବାଣ ଆଉ ଅଭିଯୁକ୍ତ ନେଲେ ପ୍ରାଣ । ଏୟାରଫିଲଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡ ବର୍ତ୍ତମାନ ଏଭଳି ସାଂଘାତିକ ମୋଡ ନେଇଛି। ଯାହାର ଖୁଲାସା କରିଛି କମିସନରେଟ ପୋଲିସ । ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଏନେଇ ୩ ଅଭିଯୁକ୍ତ ଶଙ୍କର ବସ୍ତିଆ, ଜଗଦିଶ ଗଜେନ୍ଦ୍ର ଓ ଜିତେନ୍ଦ୍ର ମଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।

ତେବେ ଶଙ୍କର ବସ୍ତିଆ ଓ ଅମରେଶ ନାୟକ ଉଭୟ ଗୋଟିଏ ଗୋଷ୍ଠିରେ ଥିଲେ । ପରବର୍ତ୍ତୀ ସମୟରେ ଅଲଗା ହେବା ପରଠୁ ଉଭୟଙ୍କ ମଧ୍ୟରେ ଗୋଷ୍ଠି ବିବାଦ ରହିଥିଲା । ତେବେ ୨୭ ତାରିଖ ରାତିରେ ଶଙ୍କର ଗୋଷ୍ଠୀର ପିଲା ଉପରେ ବାଣ ପଡିଯିବାରୁ ଏହା ଉଗ୍ରରୂପ ନେଇଥିଲା । ଯାହାକୁ ନେଇ ଶଙ୍କର ପାଖକୁ ଏକ ଫୋନ କଲ ଆସିବା ପରେ ଏ ଘଟଣା ଉଗ୍ରରୂପ ନେଇଥିଲା।

କାହାର ଫୋନ କଲ ନେଲା ଅମରେଶଙ୍କ ଜୀବନ

ବର୍ତ୍ତମାନ ପ୍ରଶ୍ନ ଉଠିଛି, କାହାର ସେହି ଫୋନ କଲ। ଯାହାର ଇସାରାରେ ଏଭଳି ହତ୍ୟାକାଣ୍ଡ ଘଟିଲା। ଦୁଇ ଗୋଷ୍ଠୀର କଳିରେ କିଏ ସେହି ତୃତୀୟବ୍ୟକ୍ତି। ଏହା ପଛରେ କୌଣସି ରାଜନୈତିକ ବ୍ୟଙ୍କି ସମ୍ପୃକ୍ତି ନାହିଁ ତ ଯାହା ଘଟଣାର ଦିଗକୁ ଏକ ଭିନ୍ନ ମୋଡ ଦେଇଛି।

ବାଣ ଫୁଟାକୁ କେନ୍ଦ୍ରକରି ଗଣ୍ଡଗୋଳ ପରେ ହତ୍ୟାକାଣ୍ଡର ରୂପ ନେଇଥିଲା। ହେଲେ ଘଟଣା ପଛରେ ଗୋଟିଏ ଫୋନ କଲ ସଂଘବଦ୍ଧ ହତ୍ୟାକାଣ୍ଡର ମୁଖ୍ୟ ସୁତ୍ରଧର ଥିଲା। ଏହା ପଛରେ ଜଣେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସମ୍ପୃକ୍ତି ଜଣାପଡିଥିବା ବେଳେ କିଏ ସେହି ବ୍ୟକ୍ତି, ଯାହାକୁ ଗିରଫ କରିବାକୁ ପଛଘୁଞ୍ଚା ଦେଉଛି କମିସନରେଟ ପୋଲିସ।

ସେପଟେ ଏହା ପଛରେ ପୂର୍ବତନ କର୍ପୋରେଟର ସମ୍ପୃକ୍ତି ରହିଥିବା ମୃତକ ଅମରେଶର ସାଙ୍ଗ ଅଭିଯୋଗ କରିଥିବା ବେଳେ କ'ଣ ପୋଲିସ ଏ ଘଟଣାକୁ ଚାପିବାକୁ ଉଦ୍ୟମ କରୁଛି କି? ଫୋନ କଲ ପଛରେ ପୂର୍ବତନ କର୍ପୋରେଟରଙ୍କ ଲିଙ୍କ ରହିଛି କି? ୧୦ ଦିନ ପରେ ଏବେବି ୧୦ ଅଭିଯୁକ୍ତ ଫେରାର ରହିବା ପୋଲିସ ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଗ୍ଯାଙ୍ଗୱାର କୁ ନେଇ ହତ୍ଯାକାଣ୍ଡ।Body:
ଗ୍ଯାଙ୍ଗୱାର କୁ ନେଇ ହତ୍ଯାକାଣ୍ଡ।
ପୁର୍ବଶତୃତା ନେଇ ଗଡିଲା ମୁଣ୍ଡ।
ଫୁଟିଲା ବାଣ ଆଉ ଅଭିଯୁକ୍ତ ନେଲେ ପ୍ରାଣ।ଏୟାରଫିଲଡ ଥାନା ଅମରେଶ ନାୟକ ହତ୍ଯାକାଣ୍ଡର ଏଭଳି ନେଇଛି ମୋଡ।ଯାହାର ଖୁଲାସା କରିଛି କମିସନରେଟ ପୋଲିସ।ଦୁଇ ଗୋଷ୍ଠି ମଧ୍ଯରେ ଶତୃତା ନେଇ ହତ୍ଯାକାଣ୍ଡ ଘଟିଥିବା ପୋଲିସ କହିଛି। ଏନେଇ ୩ ଅଭିଯୁକ୍ତ ଶଙ୍କର ବାଉତ,ଜଗଦିଶ ଗଜେନ୍ଦ୍ର ଓ ଜିତେନ୍ଦ୍ର ମଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।

ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର

ତେବେ ଶଙ୍କର ବସ୍ତିଆ ଓ ଅମରେଶ ଉଭୟ ଗୋଟିଏ ଗୋଷ୍ଠିର ଥିଲେ।ପରେ ଅଲଗା ହେବା ପରଠୁ ଉଭୟ ଗୋଷ୍ଠି ମଧ୍ଯରେ ଶତୃତା ରହିଥିଲା।ତେବେ ୨୭ ତାରିଖ ରାତିରେ ଶଙ୍କର ଗୋଷ୍ଠିର ପିଲା ଉପରେ ବାଣ ପଡିବାରୁ ଏହା ଉଗ୍ରରୁପ ନେଇଥିଲା।ଯାହାକୁ ନେଇ ଶଙ୍କରକୁ ଏକ ଫୋନ କଲ ଆସିବା ପରେ ଘଟଣାଟି ଏକ ଉଗ୍ରରୁପ ନେଇଥିଲା।

ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର

ତେବେ କାହାର ସେହି ଫୋନ କଲ।ଯାହାର ଇସାରାରେ ଏଭଳି ହତ୍ଯାକାଣ୍ଡ ଘଟିଲା।ଦୁଇ ଗୋଷ୍ଠିର କଳିରେ କିଏ ସେହି ତୃତିୟବ୍ଯକ୍ତି । ଏହା ପଛରେ କୌଣସି ରାଜନୈତିକ ବ୍ଯକ୍ତିଙ୍କ ସମ୍ପୃକ୍ତି ନାହିଁ ତ ଯାହା ଘଟଣାର ଦିଗକୁ ଏକ ଭିନ୍ନ ମୋଡ ଦେଇଛି ,

ବାଣ ଫୁଟାକୁ କେନ୍ଦ୍ର କରି ଗଣ୍ଡଗୋଳ ପରେ ହତ୍ଯାକାଣ୍ଡର ରୁପ ନେଇଥିଲା।ତେବେ ଘଟଣା ପଛରେ ଗୋଟିଏ ଫୋନ କଲ ସଂଘବଦ୍ଧ ହତ୍ଯାକାଣ୍ଡର ମୁଖ୍ଯ ସୁତ୍ରଧର ଥିଲା।ତେବେ ଜଣେ ହାଇପ୍ରୋଫାଇଲ ବ୍ଯକ୍ତିଙ୍କ ସମ୍ପୃକ୍ତି ଜଣାପଡିଥିବା ବେଳେ କିଏ ସେହି ବ୍ଯକ୍ତି।ଯାହାକୁ ଗିରଫ କରିବାକୁ ପଛଘଂଚା ଦେଉଛି କମିସନରେଟ ପୋଲିସ।
ସେପଟେ ଏହା ପଛରେ ଏକ୍ସକର୍ପୋରେଟର ସମ୍ପୃକ୍ତି ରହିଥିବା ଅମରେଶର ସାଙ୍ଗ ଅଭିଯୋଗ ଉଠାଉଥିବା ବେଳେ କଣ ପୋଲିସ ଘଟଣାକୁ ଚାପିବାକୁ ଉଦ୍ଯମ କରୁଛି କି ।ଫୋନ କଲ ପଛରେ ଏକ୍ସକର୍ପୋରେଟରଙ୍କ ଲିଙ୍କ ରହିଛି କି। ୧୦ ଦିନ ପରେ ଏବେବି ୧୦ ଅଭିଯୁକ୍ତଂକ ଫେରାର ପୋଲିସ ପାରିବା ପଣିଆକୁ ନେଇ ସଂଦେହ ଉଠିଛି।

Conclusion:
Last Updated : Nov 7, 2019, 10:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.