ETV Bharat / city

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ: ଶ୍ରେଷ୍ଠ କ୍ରୀଡାବିତ୍ ଅମିତ, ଶ୍ରେଷ୍ଠ କୋଚ ଶିବ ପ୍ରସାଦ ଦାସ

author img

By

Published : Aug 25, 2021, 9:18 PM IST

ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରିଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଶ୍ରେଷ୍ଠ କ୍ରୀଡାବିତ ଭାବେ ସମ୍ମାନିତ ହେବ ଅମିତ ରୋହିଦାସ । ଅଧିକ ପଢ଼ନ୍ତୁ...

ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ: ଶ୍ରେଷ୍ଠ କ୍ରୀଡ଼ାବିତ୍ ଅମିତ ରୋହିଦାସ, ଶ୍ରେଷ୍ଠ କୋଚ୍ ଶିବ ପ୍ରସାଦ ଦାସ

ଭୁବେନେଶ୍ବର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ 2020-21 ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରିଡ଼ା ସମ୍ମାନ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ଶ୍ରେଷ୍ଠ କ୍ରୀଡାବିତ ଭାବେ ସମ୍ମାନିତ ହେବ ଅମିତ ରୋହିଦାସ । ସେହିଭଳି ଶ୍ରେଷ୍ଠ କୋଚ୍ ଭାବେ ଶିବ ପ୍ରସାଦ ଦାସଙ୍କୁ ମିଳିବ ପୁରସ୍କାର ।

ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ (ଜୀବନବ୍ୟାପୀ ସାଧନା ପୁରସ୍କାର)ରେ ସମ୍ମାନିତ କରାଯିବ । ଆସନ୍ତା 29 ତାରିଖରେ କ୍ରୀଡ଼ା ଦିବସ ପାଳନ କରିବ ଓଡ଼ିଶା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମସ୍ତ କ୍ରୀଡ଼ା ସମ୍ମାନ ପ୍ରଦାନ କରିବେ ।

ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାକୁ ଯାଇ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତି ବର୍ଷ ଏହି ସମ୍ମାନ ପ୍ରଦାନ କରାଯାଉଛି । ତେବେ ଚଳିତ ବର୍ଷ କ୍ରୀଡ଼ା ସାମ୍ବାଦିକ ଆୱାର୍ଡକୁ ବାତିଲ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.