ଭୁବନେଶ୍ବର: ପାରାଦୀପ ଠାରୁ 140 କିମି ଦୂରରେ ବାତ୍ୟା ଅମ୍ଫାନ। ଦୀଘା ଠାରୁ 127 କିମି ଦୂରରେ ଅବସ୍ଥିତ ବାତ୍ୟା। । ଭୀଷଣ ବର୍ଷା ନେଇ ୧୩ ଜିଲ୍ଲାକୁ ଆଲର୍ଟ । ବାଲେଶ୍ୱର, ମୟୁରଭଞ୍ଜ, ଖୋର୍ଦ୍ଧା, କଟକ, ପୁରୀ ଓ ଯାଜପୁର ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।
ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ । ପାରାଦୀପରେ ଏଯାବତ ସର୍ବାଧିକ ୨୨୩.୮ ମିମି ବର୍ଷା ରେକର୍ଡ କରାଯାଇଛି । ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ