ETV Bharat / city

ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ, ବଢିଲା କୁଳପତିଙ୍କ କାର୍ଯ୍ୟକାଳ - ରାଜ୍ୟ ଉଚ୍ଚଶିକ୍ଷା

ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତି ନେଲା ରାଜ୍ୟ କ୍ୟାବିନେଟ। ଏଣିକି ସବୁ ବିଶ୍ୱବିଦ୍ୟାଳୟ ଗୋଟିଏ ଆଇନ ଜରିଆରେ ପରିଚାଳନା ହେବ। OPSC ଜରିଆରେ ନିଯୁକ୍ତି ପାଇବେ ଅଧ୍ୟାପକ । ଭିସିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି । ସିନେଟ ବଦଳରେ ଏଣିକି ବିଶ୍ବ ବିଦ୍ୟାଳୟରେ ସିଣ୍ଡିକେଟ କ୍ରିୟାଶୀଳ ହେବ । ଅଧିକ ପଢନ୍ତୁ...

ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ, ବଢିଲା କୁଳପତିଙ୍କ କାଯ୍ୟକାଳ

author img

By

Published : Sep 2, 2020, 7:30 PM IST

Updated : Sep 2, 2020, 8:35 PM IST

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ବଡ ନିଷ୍ପତ୍ତି । ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ ହୋଇଛି । ସମସ୍ତ ୟୁନିଭର୍ସିଟି ପରିଚାଳନା ଗୋଟିଏ ଆକ୍ଟ ଅଧିନରେ ରହିବ । ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଏହାସହ ରେଭେନ୍ସା ବିଶ୍ବବିଦ୍ୟାଳୟ ଆକ୍ଟ ୨୦୦୫କୁ ରଦ୍ଦ କରି ଦିଆଯାଇଛି ।

ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ରେ ପରିବର୍ତ୍ତନ, ବଢିଲା କୁଳପତିଙ୍କ କାର୍ଯ୍ୟକାଳ

ସେହିପରି ବିଶ୍ବବିଦ୍ୟାଳୟରେ ସିନେଟ ବ୍ୟବସ୍ଥା ହଟାଇ ଦିଆଯାଇଛି । ସିନେଟ ବଦଳରେ ଏଣିକି ସିଣ୍ଡିକେଟ ବିଶ୍ବବିଦ୍ୟାଳୟ ଦାୟିତ୍ବରେ ରହିବ । ସିଣ୍ଡିକେଟରେ ଉଭୟ ଚାନସେଲର ଓ ସରକାରଙ୍କ ପ୍ରତିନିଧି ରହିବେ । ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି ହୋଇଛି । ଭିସିଙ୍କ ଅବସର ବୟସ ୬୫ ବର୍ଷ ବଦଳରେ ୬୭ ବର୍ଷ କରାଯାଇଛି ।

ଭିସି ଚୟନ ପାଇଁ କମିଟିରେ ସରକାରଙ୍କ ପ୍ରତିନିଧି ଭାବେ ଜଣେ ରହିବେ । ଗୋଟିଏ ବିଶ୍ବବିଦ୍ୟାଳୟରେ କ୍ରମାଗତ ୨ ଥର କୁଳପତି ଭାବରେ ଦାୟିତ୍ବ ନିର୍ବାହ କରିପାରିବେନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 2, 2020, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.