ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ମହାମାରୀ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ମତ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । କୋଭିଡର ବର୍ତ୍ତମାନ ପରିସ୍ଥିତି ଉପରେ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଆମେ ୧୦୦ ବର୍ଷ ପରେ ଏଭଳି ମହାମାରୀର ସାମ୍ନା କରିଛେ, ଯାହାର ମୁକାବିଲା ପାଇଁ ରାଜ୍ୟ କି କେନ୍ଦ୍ର ସରକାର କେହି ବି ପ୍ରସ୍ତୁତ ନଥିଲେ । ଆମ ପାଖରେ ସର୍ବବ୍ୟାପୀ ମହାମାରୀର କୌଣସି ଆଇନ ନଥିଲା । ଆମ ପାଖରେ କେବଳ ଏପିଡେମିକ ଡିଜିଜ୍ ଆକ୍ଟ(୧୮୯୭) ଓ ବିପର୍ଯ୍ୟୟ ପରିଚାଳନା ଆଇନ(୨୦୦୫) ରହିଥିଲା ।
ଅମର କହିଛନ୍ତି, ମହାମାରୀରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି । ଏଥିରୁ କେହିବି ବର୍ତ୍ତିପାରିନାହାଁନନ୍ତି । ପ୍ରତ୍ୟେକ ଦିନ ଶିଖିବାର ବିଷୟ । ଏଣୁ ସିଷ୍ଟମ ଏକ ଗତିଶିଳ ରଣୀତିର ଆବଶ୍ୟକ କରୁଥିବା କହିଛନ୍ତି ଅମର ।
ଦିନକୁ ଦିନ ଭାଇରସର ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସୁଛି । ମହାମାରୀର କୌଣସି ରାଜନୀତିକରଣ ନହେବା ଦରକାର । ଏହି ସମୟରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସହଭାଗିତା ହେଉଛି ସର୍ବୋଚ୍ଚ ଗୁରୁତ୍ବପୂର୍ଣ୍ଣ ବିଷୟ । ସ୍ବାସ୍ଥ୍ୟ କେବଳ ଦେଶ କି ରାଜ୍ୟର ବିଷୟ ନୁହେଁ । ଏଥିରୁ ଜଣକୁ ଏକୁଟିଆ ଏହି ଦାୟିତ୍ବ ହସ୍ତାନ୍ତର କରିଦେଲେ ଏହା ସମ୍ଭାଳିବା ମୁସ୍କିଲ । କେବଳ ସେତେକି ନୁହେଁ, ଯଦି ଉଭୟ ରାଜ୍ୟ ଓ କେନ୍ଦ୍ରକୁ ବି ଏକାସାଙ୍ଗରେ ଏହି ଦାୟିତ୍ବ ଦିଆଯାଏ, ତାହେଲେ ବି ଏହାକୁ ସମ୍ଭାଳିବା ଅସମ୍ଭବ ହୋଇପଡିବ । କାରଣ ଜନସମୁଦାୟ ଏଥିରେ ବଡ ଫ୍ୟାକ୍ଟର । ତେବେ ଅମରଙ୍କ କହିବାନୁଯାୟୀ, ସମସ୍ତଙ୍କ ସହଭାଗିତାରେ ସଠିକ ପରିଚାଳନା ହୋଇପାରିବ ।
ବୈଶ୍ବୟିକ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି । ଆମେ ଭୁଲିଯିବାନି ଯେ ୧୦ ମାସ ମଧ୍ୟରେ ଆମେ ଟିକା ପାଇବାରେ ସକ୍ଷମ ହୋଇଥିଲୁ । ଆଉ ଏହା କେବଳ ବୈଶ୍ବୟିକ ସହଯୋଗ ପାଇଁ ସମ୍ଭବ ହୋଇପାରିଥିଲା ବୋଲି ପଟ୍ଟନାୟକ ମତ ଦେଇଛନ୍ତି ।
ଟେକ୍ନୋଲୋଜିର ବ୍ୟବହାର ଉପରେ ମଧ୍ୟ ମତ ରଖିଛନ୍ତି ଅମର । ଟେଲିମେଡିସିନ ହେଉ କି ଶିକ୍ଷା କିମ୍ବା ଅନ୍ୟ କ୍ଷେତ୍ର ଯାହା କୋଭିଡରେ ପ୍ରଭାବିତ ହୋଇଥିଲା, ସେଥିରେ ଟେକ୍ନୋଲୋଜୀର ବୃଦ୍ଧିକୁ ଆମେ ଅନୁଭବ କରିପାରିଲେ । ଯଦି କାର୍ଯ୍ୟକାରୀତାର କଥା କହିବା, ତାହେଲେ ସବୁଠୁ ବଡ କଥି ସାମ୍ନାକୁ ଆସିଲା ପ୍ରସ୍ତୁତି । ଆମେ ପ୍ରଥମ ଲହରୀ ପାଇଁ ପ୍ରସ୍ତୁତ ଥିଲୁ ମାତ୍ର ଦ୍ବିତୀୟ ଲହରୀ ପାଇଁ ନୁହେଁ । ହେଲେ ଓଡିଶାରେ ଦେଶବ୍ୟାପୀ ଲକଡାଉନ ପୂର୍ବରୁ ତାଲାବନ୍ଦ ଘୋଷଣା ହୋଇଥିଲା । ଏହା ଦେଶର ପ୍ରଥମ ରାଜ୍ୟ ଭାବରେ ସରକାରୀ କୋଭିଡ ହସ୍ପିଟାଲ ଖୋଲିଥିଲା । ଏଥରୁ ଶିକ୍ଷାଲାଭ କରିବାର ଆବଶ୍ୟକତା ଥିବା ଅମର କହିଛନ୍ତି ।
ଆଗକୁ ତୃତୀୟ ଲହରୀ ଆସୁଛି । ଏହା ଶେଷ ଲହରୀ ନୁହେଁ ବୋଲି ଆମକୁ ବୁଝିବାକୁପଡିବ । ଆଉ କୋଭିଡ ଶେଷ ଭାଇରସ ନୁହେଁ ବୋଲି କହିଛନ୍ତି ଅମର । ଏଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପରି ମହାମାରୀର ପରିଚାଳନା ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ବାତ୍ୟା ଆଶ୍ରୟସ୍ଥଳୀ ଭଳି ହସ୍ପିଟାଲ, ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟରର ନିର୍ମାଣ ହେବା ଦରକାର ବୋଲି ଜୋର ଦେଇ କହିଛନ୍ତି ଅମର ।