ETV Bharat / city

ବ୍ରେସଲେଟ ପାଇଁ ନବବଧୂଙ୍କୁ ହତ୍ୟା ! ସ୍ୱାମୀ ଗିରଫ

ଯୌତୁକରେ ବ୍ରେସଲେଟ ଆଣି ନଥିବାରୁ ନବବଧୂଙ୍କୁ ହତ୍ୟା । ଏପରି ଅଭିଯୋଗ ଆସିଛି ଖଣ୍ଡଗିରି ଥାନା ସରକାନ୍ତରାରୁ । ଅଧିକ ପଢନ୍ତୁ

ବ୍ରେସଲେଟ ପାଇଁ ନବବଧୂଙ୍କୁ  ହତ୍ୟା, ସ୍ୱାମୀ ଗିରଫ

author img

By

Published : May 31, 2022, 8:38 AM IST

Updated : May 31, 2022, 6:17 PM IST

ଭୁବନେଶ୍ବର : ଯୌତୁକରେ ପୁଅ ପାଇଁ ବ୍ରେସଲେଟ ଆଣି ନଥିବାରୁ ମାରି ଟାଙ୍ଗି ଦେଲେ ବୋହୂକୁ । ଆଉ ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ଶାଶୂ ଘର ଲୋକେ । ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀ ଖଣ୍ଡଗିରିରେ । ମୃତ ମହିଳା ଜଣକ ହେଲେ ପ୍ରଭାତି ନାୟକ(୨୭) । ଗତ ଏପ୍ରିଲ ୨୮ରେ ଖଣ୍ଡଗିରିର ସରକନ୍ତରାର ପ୍ରକାଶ ଖୁଣ୍ଟିଆକୁ ବୈଦିକ ରୀତିରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲା ତିହିଡ ଅଞ୍ଚଳର ପ୍ରଭାତି । ବାହାଘର ସମୟରେ ବାପ ଘର ଲୋକେ ଯୌତୁକ ଦାବି ଅନୁସାରେ ସବୁ ଦେଇଥିଲେ । ହେଲେ ଜ୍ବାଇଁକୁ ବ୍ରେସଲେଟ ଦେଇନଥିଲେ ।

ବ୍ରେସଲେଟ ପାଇଁ ନବବଧୂଙ୍କୁ ହତ୍ୟା, ସ୍ୱାମୀ ଗିରଫ

ବ୍ରେସଲେଟ ଆଣି ନଥିବାରୁ ପ୍ରଭାତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଶାଶୂ ଘର ଲୋକେ । ଏପରିକି ପ୍ରଭାତିଙ୍କ ବାପଘର ଉପରେ ଚାପ ପକାଉଥିଲେ। ଯାହାକୁ ନେଇ ମାନସିକ ଚିନ୍ତାରେ ରହୁଥିଲେ ପ୍ରଭାତି । ଆଉ ଶେଷରେ ସୋମବାର ଦିନ ଝିଅକୁ ମାରି ଘର ଭିତରେ ଝୁଲାଇ ଦେଇଥିଲେ । ଖବର ପାଇ ପୋଲିସ ଏବଂ ପରିବାର ଲୋକ ଘଟଣାସ୍ଥଳରେ ପହଁଞ୍ଚି ଝୁଲନ୍ତା ଅବସ୍ଥାରେ ନବବଧୂ ପ୍ରଭାତି ନାୟକଙ୍କର ମୃତଦେହକୁ ଉଦ୍ଧାର କରିଥିଲେ । ପରେ ଏମ୍ସ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ମା' ମାଧବି ନାୟକ । ଏସମ୍ପର୍କରେ ପୋଲିସ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ବାମୀ ପ୍ରକାଶକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି କମିଶନରେଟ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 31, 2022, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.