ETV Bharat / city

ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ବିଧାୟକ, ବାଲିମାଫିଆ ସଜେଇ ବଦନାମ କଲେ ସରକାର - କେ ନାରାୟଣ ରାଓ

ବିଧାୟକମାନେ ବିଧାନସଭାରେ ପ୍ରସଙ୍ଗ ଉଠାଇବା ପରେ ଶାସକ ଦଳ ତାଙ୍କୁ ବାହାରେ ବାଲିମାଫିଆ ସଜେଇ ବଦନାମ କରୁଛି ବୋଲି ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଜେପି ବିଧାୟକ କେ ନାରାୟଣ ରାଓ । ଅଧିକ ପଢନ୍ତୁ...

ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ବିଧାୟକ, ବାଲିମାଫିଆ ସଜେଇ ବଦନାମ କଲେ ସରକାର

author img

By

Published : Sep 10, 2021, 8:18 PM IST

ଭୁବନେଶ୍ବର: ପାରଳାଖେମୁଣ୍ଡି ବିଧାୟକଙ୍କ ବିସ୍ଫୋରକ ବୟାନ । ଗୃହରେ ପ୍ରସଙ୍ଗ ଉଠେଇଲେ ଗୃହ ବାହାରେ ହେଉଛନ୍ତି ଆକ୍ରୋଶର ଶିକାର । ସରକାରୀ ଦଳ କରୁଛି ବିଧାୟକଙ୍କୁ ବଦନାମ। ପ୍ରସଙ୍ଗ ଆଢୁଆଳରେ ଆକ୍ଷେପ ପାଇ ସର୍ବସାଧାରଣରେ କରୁଛନ୍ତି ବଦନାମ।

ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ବିଧାୟକ, ବାଲିମାଫିଆ ସଜେଇ ବଦନାମ କଲେ ସରକାର

ଗତ ବିଧାନସଭାରେ ଗୃହରେ ନିଜ ଅଞ୍ଚଳର ସମସ୍ୟାକୁ ଗୃହରେ ପ୍ରସଙ୍ଗ କରି ଉଠାଇଵାରୁ ସରକାରୀ ଦଳ ତଥା ବିଜେଡି ତାଙ୍କୁ ବାଲିମାଫିଆ ସଜେଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ । ସେ କହିଛନ୍ତି ACF ମୃତ୍ୟୁ ମାମଲା ପୋଲିସ ଚୂଡାନ୍ତ କରିପାରିଲାନି । କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ମଧ୍ୟ ଭରସା ନାହିଁ । ଏପର୍ଯ୍ୟନ୍ତ DFOକୁ 302 ଧାରା ଆଧାରରେ ପୋଲିସ ଥାନାରେ ବସାଇବା କଥା । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ଶାସକ ଦଳ ଗୃହ ବାହାରେ ମିଥ୍ୟା ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି ।

ପାରଳାଖେମୁଣ୍ଡି ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି ବିଜେଡ଼ି । ଏହାସହିତ ତାଙ୍କୁ ବାଲି ମାଫିଆ ବୋଲି ଆକ୍ଷେପ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ 2 ବିଜେଡି ନେତା କେ ଆପାରାଓ, ଜି ତିରୁପତି ମିଥ୍ୟା ମନ୍ତବ୍ୟ ଦେଇ ପ୍ରେସମିଟ ମାଧ୍ୟମରେ ବାଲି ମାଫିଆ କହି ବଦନାମ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଗଜପତି ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟରେ ପରିପୂର୍ଣ୍ଣ। ଏକ୍ସପୋର୍ଟ କରିବାରେ ଗଜପତି ଜିଲ୍ଲା ଆଗରେବାଲି, ଗ୍ରାନାଇଟ ଭଳି ଖଣିଜ ଦ୍ରବ୍ୟ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଆନ୍ଧ୍ରପ୍ରଦେଶକୁ ଚାଲାଣ ବେଆଇନ ଭାବରେ ହେଉଛି । ଯାହା ପଛରେ ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜଙ୍କ ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍ତି ।

ବିଜେଡି ନେତା ଖଣିଜ ଦ୍ରବ୍ୟର ଏକ୍ସପୋର୍ଟରେ ସାମିଲ ଅଛନ୍ତି । ଏପରିକି ସେଠାରେ ସରକାରୀ ଅଫିସର ପ୍ରୋତ୍ସାହନ ଦେଉଛନ୍ତି । ସଂଗ୍ରାମ କେଶରୀ ପଣ୍ଡା ନାମକ ସରକାରୀ କର୍ମଚାରୀ ତହସିଲଦାରରୁ ADM ଭାବେ ତାଙ୍କର ପଦୋନ୍ନତି ହୋଇଛି । କୌଣସି ଅଫିସର ବଦଳି ହେଉନାହାନ୍ତି ଯେଉଁଥିପାଇଁ ଏଭଳି କାରବାର ଚାଲିଛି। ସେହି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ପଦୋନ୍ନତି ହେଉଛି । ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ କରି ଏଭଳି ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ବିଜେପି ବିଧାୟକ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.