ETV Bharat / city

BMCରେ ଦୁର୍ନୀତି ଅଭିଯୋଗ, ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା - ବିଏମସିରେ ଭତ୍ତା ଟଙ୍କାରେ ଦୁର୍ନୀତି ଅଭିଯୋଗ

ବିଏମସିରେ ଭତ୍ତା ଟଙ୍କାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଗତ ୬ ମାସ ଧରି ହିତାଧିକାରୀଙ୍କୁ ମିଳୁନି ଭତ୍ତା । ଅଧିକ ପଢନ୍ତୁ

BMCରେ ଦୁର୍ନୀତି ଅଭିଯୋଗ, ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

author img

By

Published : Jun 9, 2022, 10:52 PM IST

ଭୁବନେଶ୍ବର: ବିଏମସିରେ ବଡ ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ । ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଗତ ୫ ରୁ ୬ ମାସ ଧରି ଭତ୍ତା ଟଙ୍କା ମିଳୁନଥିବା ବେଳେ ଏ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଭୁବନେଶ୍ବରରେ ୬୭ ଟି ୱାର୍ଡର ୨୫୦୦ ହିତାଧିକାରୀଙ୍କୁ ମିଳୁନି ସେମାନଙ୍କର ଭତ୍ତା ପ୍ରାପ୍ୟ । ଗତ ୫ ରୁ ୬ ମାସ ଧରି ଭତ୍ତା ଟଙ୍କା ମିଳୁନାହିଁ । ଏନେଇ ଅଭିଯୋଗ ହେବ ପରେ କାହିଁକି ଏଭଳି ଅନିୟମିତତା ଦେଖା ଦେଇଛି ସେନେଇ ତଦନ୍ତ ହେବ ବୋଲି କହିଛନ୍ତି ଭୁବନେଶ୍ବର ମେୟର । ହିତାଧିକାରୀଙ୍କ ଟଙ୍କା ପ୍ରତି ମାସରେ ବିଏମ୍ସି ବ୍ୟାଙ୍କକୁ ଦେଉଛି । ଏହା କେଉଁଠି ବାଟମାରଣା ହେଉଛି ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ମେୟର ।

BMCରେ ଦୁର୍ନୀତି ଅଭିଯୋଗ, ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ଏଥିରେ ଜଡ଼ିତ ଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏହାର ତଦନ୍ତ ପାଇଁ ବ୍ୟଙ୍କ ଅଧିକାରୀ, କର୍ପୋରେଟର ଓ ଗୋଷ୍ଠୀ ସଙ୍ଗଠନକୁ ନେଇ ଏକ କମିଟି ଗଠନ କରାଯାଇଛି । ଏମାନେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବେ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.