ETV Bharat / city

ସବୁଜ ବାଣକୁ ସ୍ବୀକୃତି, ଜାଣନ୍ତୁ ସାଧାରଣ ବାଣ ଠୁ କିପରି ଅଲଗା...

author img

By

Published : Nov 2, 2021, 4:40 PM IST

Updated : Nov 2, 2021, 5:09 PM IST

ଚଳିତ ବର୍ଷ ଦୀପାବଳିରେ କେବଳ ଗ୍ରୀନ କ୍ରାକର ବା ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଆସିବା ପରେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କ'ଣ ଏହି ସବୁଜ ବାଣ ? ସାଧାରଣ ବାଣ ଠୁ ଏହା କିପରି ଅଲଗା ? ତେବେ ଆମେ ଆପଣଙ୍କ ମନର ଏହି ଦ୍ବନ୍ଦ୍ବ ଦୂର କରିବାକୁ ଯାଉଛୁ । ସବୁଜ ବାଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ଅଧିକ ପଢନ୍ତୁ...

Green Cracker ବା ସବୁଜ ବାଣ କ'ଣ ? ଜାଣନ୍ତୁ ସବିଶେଷ ତଥ୍ୟ...

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ସାରା ଦେଶ ସମେତ ରାଜ୍ୟରେ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ଦୀପାବଳି । ଏହି ପବିତ୍ର ଦିବସରେ ଓଡ଼ିଶା ହାଇକୋର୍ଟ କେବଳ ଗ୍ରୀନ କ୍ରାକର ବା ସବୁଜ ବାଣ ବିକ୍ରି ଓ ଜାଳିବା ପାଇଁ ଦେଇଛନ୍ତି ଅନୁମତି । ରାଜ୍ୟବାସୀ କେବଳ ଏହି ସବୁଜ ବାଣକୁ ଫୁଟାଇ ପାରିବେ । ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ'ଣ ଏହି ସବୁଜ ବାଣ ? ତେବେ ଏହି ନିର୍ଦ୍ଦିଷ୍ଟ ବାଣ ସମ୍ପର୍କରେ ଜାଣନ୍ତୁ ।

ସବୁଜ ବାଣକୁ କାଉନସିଲ ଫର ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(CSIR) ପକ୍ଷରୁ ତିଆରି କରାଯାଉଥିବା ବେଳେ ଏହା ବାକି ବାଣଠାରୁ ୩୦ ପ୍ରତିଶତ କମ ପ୍ରଦୂଷିତ ହୋଇଥାଏ ।

ବାଣ ଉତ୍ପାଦନ ସମ୍ପର୍କିତ ତଥ୍ୟ:-

ସବୁଜ ବାଣଗୁଡିକ କମ ପ୍ରଦୂଷିତ କଞ୍ଚାମାଲ ଦ୍ବାରା ତିଆରି ହୋଇଥାଏ । ଏହି ବାଣ ଦ୍ବାରା ଉଭୟ ପରିବେଶ ଓ ଶବ୍ଦ ପ୍ରଦୂଷଣ ମଧ୍ୟ କମ ହୋଇଥାଏ । ଅନ୍ୟ ବାଣ ଫୁଟିଲେ ଖୁବ ଜୋରରେ ଶବ୍ଦ ହେଉଥିବା ବେଳେ ସବୁଜ ବାଣ କମ ଶବ୍ଦ କରିଥାଏ । ସବୁଜ ବାଣରୁ ୧୧୦-୧୨୫ ଡେସିବେଲର ଶବ୍ଦ ବାହାରିଥାଏ । କିନ୍ତୁ ଅନ୍ୟ ବାଣ ୧୬୦ ଡେସିବେଲ ପର୍ଯ୍ୟନ୍ତ ଶବ୍ଦ କରିଥାଏ । ମଣିଷ ପାଇଁ ୭୦ ଡେସିବେଲରୁ ଅଧିକ ଶବ୍ଦ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହି ବାଣର ଉତ୍ପାଦନ ପାଇଁ ନିର୍ମାତାମାନେ CSIR ସହ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ପଡିଥାଏ । ଏହାପରେ ସେମାନଙ୍କୁ ବାଣ ତିଆରି କରିବା ପାଇଁ ଅନୁମତି ମିଳେ ।

ସବୁଜ ବାଣର ଗୁଣାବଳୀ: -

- ବାଣର ଆକାର ଅପେକ୍ଷାକୃତ ଛୋଟ ହୁଏ

- ଏଥିରୁ କମ ପରିମାଣର ପାଉଁଶ ବା ଧୂଳିକଣା ବାହାରିଥାଏ

- କମ ପରିମାଣର କଞ୍ଚାମାଲ ବ୍ୟବହୃତ ହୁଏ

- ସବୁଠି ଗ୍ରହଣଯୋଗ୍ୟ ହୋଇଥାଏ

- ଏଥିରୁ ସଲଫର ଡାଇଅକ୍ସାଇଡ(SO2) ଓ ନାଇଟ୍ରୋଜେନ ଡାଇଅକ୍ସାଇଡ(NO2) କମ ନିର୍ଗତ ହୁଏ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2021, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.