ETV Bharat / city

ଗୁରୁଦିବସ ପୂର୍ବରୁ ସରିବ ସମସ୍ତ ଶିକ୍ଷକଙ୍କ ଟୀକାକରଣ

ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟୀକାକରଣ ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରାକାର । ଟୀକାକରଣ ହୋଇଥିବା ଏବଂ ଟିକା ନେଇନଥିବା ଶିକ୍ଷକଙ୍କ ତୁରନ୍ତ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କ ଟୀକାକରଣ ସରିବ

author img

By

Published : Aug 26, 2021, 1:04 PM IST

Updated : Aug 26, 2021, 1:36 PM IST

ଭୁବନେଶ୍ବର: ଟୀକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର । ଗୁରୁଦିବସ ପୂର୍ବରୁ ଶିକ୍ଷକଙ୍କୁ ଟୀକାକରଣ ପାଇଁ ଅଣ୍ଟା ଭିଡିଲେ ରାଜ୍ୟ ସରାକାର । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଟିକା ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ପରେ ପ୍ରକ୍ରିୟା ଆରମ୍ଭ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କ ଟୀକାକରଣ ସରିବ

କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ନେଇ ନାହାଁନ୍ତି ସେନେଇ ଏକ ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୟୁ-ଡାଇସ ପ୍ଲସ ସଫ୍ଟୱେୟାର ମାଧ୍ୟମରେ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ଟୀକାକରଣ କରାଯିବ । ଏଥିପାଇଁ ଆସନ୍ତାକାଲି ଅତିରିକ୍ତ 11 ଲକ୍ଷ ଟିକା ଆସିବା ପରେ କାର୍ଯ୍ୟ ଆରମ୍ଭ ହେବ । ଯେଉଁଥିରୁ 9 ଲକ୍ଷ 92 ହଜାର 380 କୋଭିସିଲ୍ଡ ଓ 1 ଲକ୍ଷ 24 ହଜାର କୋଭାକ୍ସିନ ଟିକା ରହିଛି ।

ସେପ୍ଟେମ୍ବର 5 ଅର୍ଥାତ୍ ଗୁରୁଦିବସ ପୂର୍ବରୁ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକାଦାନ ପାଇଁ ଟାର୍ଗେଟ ରଖା ଯାଇଛି । 100 ରୁ ଅଧିକ କର୍ମଚାରୀ ଟିକା ନେଇନଥିବା ସ୍କୁଲରେ ସିଭିସି କରି ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 26, 2021, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.