ଭୁବନେଶ୍ବର: କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ନୂଆ ମାର୍ଗଦର୍ଶିକା ଜାରିକଲା BMC । ନୂଆବର୍ଷରେ ସମସ୍ତ ସେଲିବ୍ରେସନ ଉପରେ ରୋକ ଲଗାଯିବା ସହ ଧର୍ମାନୁଷ୍ଠାନ ଉପରେ କଟକଣା ।
ଏହା ମଧ୍ୟ ପଢନ୍ତୁ:- Covid Guideline Odisha: ବଡଦିନ ପାଳନରେ ବ୍ରେକ, ହେବନି ଜିରୋ ନାଇଟ ସେଲିବ୍ରେସନ
ମାର୍ଗଦର୍ଶିକା ଅନୁସାରେ ଡିସେମ୍ବର ୩୧ ରୁ ଜାନୁଆରୀ ୨ ପର୍ଯ୍ୟନ୍ତ BMC ଅଧୀନରେ ଥିବା ସମସ୍ତ ଧମାନୁଷ୍ଠାନ ବନ୍ଦ ରହିବ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରିକରାଯାଇଛି ।
ତେବେ କୋଭିଡ କଟକଣା ଭିତରେ ଘରେ ରହି ନୂଆବର୍ଷ ପାଳନ କରିବା ସହ ରାଜଧାନୀବାସୀଙ୍କୁ କଟକଣା ମାନିବାକୁ BMC ପକ୍ଷରୁ ଅନୁରୋଧ କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ