ETV Bharat / city

'ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସରକାରଙ୍କ ପାଇଁ ସଭିଏଁ ସମାନ' - ସେସୁ ବକେୟା ବିଲ ପୈଠ

ଜାନୁଆରୀ 15 ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ ପୈଠ ନକଲେ ବିଦ୍ୟୁତ୍‌ ସଂଯୋଗ କଟାଯିବ । ସେସୁ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

All public and industrialists are equal for the government
'ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସରକାରଙ୍କ ପାଇଁ ସଭିଏଁ ସମାନ'
author img

By

Published : Jan 11, 2020, 11:01 AM IST

ଭୁବନେଶ୍ବର: ଜାନୁଆରୀ 15 ସୁଦ୍ଧା ବକେୟା ବିଦ୍ୟୁତ୍‌ ବିଲ ପୈଠ ନକଲେ ବିଦ୍ୟୁତ୍‌ ସଂଯୋଗ କଟାଯିବ । ସେସୁ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ହୋଇଛି ।

ଶିଳ୍ପାନୁଷ୍ଠାନ ପ୍ରତି ଅନୁକମ୍ପା ଏକ ମିଥ୍ୟା ପ୍ରଚାର । ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସମସ୍ତେ ସରକାରଙ୍କ ପାଇଁ ସମାନ । ସେସୁ କୌଣସି ଲୋକଙ୍କୁ ଅନ୍ଧକାର ଭିତରେ ରଖିବାକୁ ଚାହେଁନାହିଁ । ଜାନୁଆରୀ 16ରୁ ବକେୟା ବିଦ୍ୟୁତ୍‌ ବିଲ ପୈଠ କରିନଥିବା କୌଣସି ବ୍ୟକ୍ତି ବିଶେଷ ହେଉ କିମ୍ବା ଶିଳ୍ପାନୁଷ୍ଠାନ ଉପରେ ଲାଇନ କାଟିବା ନେଇ ଅନୁକମ୍ପା ଦେଖାଯିବ ନାହିଁ । ଏ ନେଇ ପୂର୍ବରୁ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ଶୁକ୍ରବାର ଅନେକ ଗଣମାଧ୍ୟମରେ ସେସୁ ସାଧାରଣ ଖାଉଟିଙ୍କ ଲାଇନ କାଟିବାକୁ ନିଷ୍ପତ୍ତି ନେଇଥିବାବେଳେ କୋଟି କୋଟି ଟଙ୍କା ବାକି ରଖିଥିବା ଶିଳ୍ପ ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଖବର ପ୍ରସାରିତ କରିଥିଲା । ଯାହାର ସ୍ପଷ୍ଟୀକରଣ ସେସୁ ପକ୍ଷରୁ ଦିଆଯାଇଛି । ରାଜ୍ୟରେ ମୋଟ 1950 କୋଟି ଟଙ୍କା ବକେୟା ବିଜୁଳି ବିଲ ପଡି ରହିଛି । ସେମାନଙ୍କ ମଧ୍ୟରୁ ପ୍ରାୟ 96କୋଟି ଟଙ୍କାର ବକେୟା ବିଜୁଳି ବିଲ୍‌ 5 ଟି ଶିଳ୍ପ ସଂସ୍ଥା ଉପରେ ବାକି ପଡିଛି ।

ସେହିପରି ସୋଲାର ରେଲୱେ ଟ୍ରାକ୍ସନ ଉପରେ 30,54,200ଟଙ୍କା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଉପରେ 12,71,5041 ଟଙ୍କା, ନବ ଭାରତ ଭେଁନଚୁରସଲି ଆଇପିପି ଉପରେ 82,54, 38,756 ଟଙ୍କା, ନବ ଭାରତ ଭେଁନଚୁରସଲି ସିପିପି ଉପରେ 57,11,924 ଟଙ୍କା ଏବଂ ଗ୍ରୀଡ଼ ଷ୍ଟିଲ ଆଣ୍ଡ ଆଲୟଜ ଉପରେ 12,713,43 ଟଙ୍କା ବାକି ପଡିଛି । ଏହି ସବୁ ଶିଳ୍ପାନୁଷ୍ଠାନ ଗୁଡିକର ବକେୟା ବିଜୁଳି କର ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଚାଲିଛି । ଏହା ବିରୋଧରେ ସେସୁ ଲଢେଇ ଜାରି ରଖିଛି ।

ଅନ୍ୟପକ୍ଷେ ଶିଳ୍ପ ସଂସ୍ଥା ଗୁଡିକ ଠାରୁ ନିୟମିତ ବିଜୁଳି କର ଆଦାୟ କରିବାକୁ ରାଜ୍ୟ ସରକାର ସେସୁକୁ କଡା ନିର୍ଦ୍ଦେଶ ଦେଇଥିଲେ । ଗତ 4 ବର୍ଷରେ ସେସୁ ପକ୍ଷରୁ ଶିଳ୍ପ ସଂସ୍ଥା ଗୁଡିକରୁ ଶତ ପ୍ରତିଶତ ବିଜୁଳି କର ଆଦାୟ କରାଯାଇଛି । ଅନେକ ସମୟରେ ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ସେସୁ ଅଗ୍ରୀମ ବିଜୁଳି କର ସଂଗ୍ରହ କରିଛି । ରାଜ୍ୟ ଶକ୍ତି ବିଭାଗ ଏନେଇ ସମୀକ୍ଷା ମଧ୍ୟ କରୁଛି ବୋଲି ସେସୁ କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସେସୁ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Body:ସେସୁ କତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ।ଶିଳ୍ପାନୁଷ୍ଠାନ ପ୍ରତି ଅନୁକମ୍ପା ,ଏକ ମିଥ୍ୟା ପ୍ରଚାର।ସାଧାରଣ ଖାଉଟି ଏବଂ ଶିଳ୍ପ ସଂସ୍ଥା ସମସ୍ତେ ସରକାର ପାଇଁ ସମାନ।ସେସୁ କୌଣସି ଲୋକକୁ ଅନ୍ଧକାର ଭିତରେ ରହିବାକୁ ଚାହେଁନି।ଜାନୁଆରୀ ୧୬ ତାରିଖରୁ ଲାଇନ କାଟିବା ପ୍ରସଙ୍ଗରେ ସେସୁ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।ଜାନୁଆରୀ ୧୬ ଠାରୁ ବିଜୁଳି କଟା ଯିବା ନେଇ କୌଣସି ଶିଳ୍ପ ଅନୁଷ୍ଠାନକୁ ଲାଇନ କାଟିବା ଉପରେ ଅନୁକମ୍ପା ଦେଖାଯିବ ନାହିଁ।ନିୟମ ସମସ୍ତଙ୍କ ପାଇଁ ସମାନ।ଜେକେହି ବ୍ୟକ୍ତି ବିଶେଷ ,ଶିଳ୍ପାନୁଷ୍ଠାନ ବିଜୁଳି କର ପୈଠ ନକରିବେ ତାଙ୍କ ଲାଇନ କଟାଯିବ ବୋଲି ସେସୁ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି।ସାରା ରାଜ୍ୟରେ ବକେୟା ବିଜୁଳି ରାଶି ପୈଠ ନକଲେ ୧୬ ତାରିଖରୁ ଲାଇନ କାଟିବା ନିଶ୍ଚିତ ବୋଲି ସେସୁ କତ୍ତୃପକ୍ଷ ଘୋଷଣା କରିଥିଲେ।

ଆଜି କିଛି ଗଣମାଧ୍ୟମରେ ପ୍ରସାରିତ ଖବର ହୋଇଥିଲା ଯେ ସେସୁ ସାଧାରଣ ଖାଉଟିଙ୍କ ଲାଇନ କାଟିବାକୁ ନିଷ୍ପତି ନେଇଥିବା ବେଳେ ,କୋଟି କୋଟି ଟଙ୍କା ବକେୟା ରଖିଥିବା ଶିଳ୍ପ ସଂସ୍ଥା ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।ତେଣୁ ସେସୁ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି ଯେ ରାଜ୍ୟରେ ମୋଟ ୧୯୫୦ କୋଟି ଟଙ୍କା ବକେୟା ବିଜୁଳି କର ପଡିରହିଛି।ସେମାନଙ୍କ ମଧ୍ୟରୁ ପ୍ରାୟ ୯୬ କୋଟି ଟଙ୍କାର ବକେୟା ବିଜୁଳି କର ୫ ଟି ଶିଳ୍ପ ସଂସ୍ଥା ଉପରେ ବାକି ପଡିଛି।ସୋଲାର ରେଲୱେ ଟ୍ରାକ୍ସନ ଉପରେ ୩୦,୫୪,୨୦୦ ଟଙ୍କା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଉପରେ ୧୨,୭୧,୫୦୦୪୧ ଟଙ୍କା, ନବ ଭାରତ ଭେଁନଚୁରସ ଲି ଆଇପିପି ଉପରେ ୮୨,୫୪,୩୮,୭୫୬ ଟଙ୍କା,ନବ ଭାରତ ଭେଁନଚୁରସ ଲି ସିପିପି ଉପରେ ୫୭,୧୧,୯୨୪ ଟଙ୍କା ଏବଂ ଗ୍ରୀଡ଼ ଷ୍ଟିଲ ଆଣ୍ଡ ଆଲୟଜ ଉପରେ ୧୨,୭୧୩୪୩ ଟଙ୍କା ବାକି ପଡିଛି।ଏହି ସବୁ ଶିଳ୍ପାନୁଷ୍ଠାନ ଗୁଡିକର ବକେୟା ବିଜୁଳି କର ଘଟଣା ଏବେ ହାଇକୋର୍ଟରେ ବିଚାରଧୀନ ଚାଲିଛି।ସେସୁ ଏହା ବିରୋଧରେ ଲଢେଇ ଜାରି ରଖିଛି।

ରାଜ୍ୟ ସରକାର ସେସୁକୁ କଡା ନିର୍ଦେଶ ଦେଇଥିଲେକି ଶିଳ୍ପ ସଂସ୍ଥା ଗୁଡିକ ଠାରୁ ନିୟମିତ ବିଜୁଳି କର ଆଦାୟ କର୍ରିବାକୁ।ଗତ ୪ ବର୍ଷରେ ସେସୁ ପକ୍ଷରୁ ଶିଳ୍ପ ସଂସ୍ଥାଗୁଡିକରୁ ସତ ପ୍ରତିଶତ ବିଜୁଳି କର ଆଦାୟ କରାଯାଇଛି।ଅନେକ ସମୟରେ ଶିଳ୍ପାନୁଷ୍ଠାନ ମାନଙ୍କ ଠାରୁ ସେସୁ ଅଗ୍ରୀମ ବିଜୁଳି କର ସଂଗ୍ରହ କରିଛି।ରାଜ୍ୟ ଶକ୍ତି ବିଭାଗ ଏନେଇ ସମୀକ୍ଷା ମଧ୍ୟ କରୁଛି ବୋଲି ସେସୁ କତ୍ତୃପକ୍ଷ କହିଛନ୍ତି।

ସମସ୍ତ ଜନସାଧାରଣ ଙ୍କୁ ସେସୁ ପକ୍ଷରୁ ବକେୟା ଆଦାୟ ନେଇ ସହାୟତା କରନ୍ତୁ ଏବଂ ଗ୍ରହକଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ସାହାଯ୍ୟ କରନ୍ତୁ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.