ETV Bharat / city

ଆସନ୍ତା 10ରେ ଖୋଲିବ ରାଜ୍ୟର ସମସ୍ତ ପ୍ଲାନେଟୋରିୟମ୍

ଆସନ୍ତା 10 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ପ୍ଲାନେଟୋରିୟମ୍ । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ଯୋଗୁଁ ପ୍ଲାନେଟୋରିୟମ ଖୋଲିବା ପାଇଁ ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Aug 4, 2021, 7:03 PM IST

ଆସନ୍ତା 10ରେ ଖୋଲିବ ରାଜ୍ୟର ସମସ୍ତ ପ୍ଲାନେଟୋରିୟମ୍
ଆସନ୍ତା 10ରେ ଖୋଲିବ ରାଜ୍ୟର ସମସ୍ତ ପ୍ଲାନେଟୋରିୟମ୍

ଭୁବନେଶ୍ବର: ଆସନ୍ତା 10 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ ପ୍ଲାନେଟୋରିୟମ୍ । କୋଭିଡ଼ କଟକଣା ସହିତ ପ୍ଲାନେଟୋରିୟମ୍ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ଆଜି(ବୁଧବାର) ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ । ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂକ୍ରମଣ କମିଥିବାରୁ ଆସନ୍ତା 10ରେ ରାଜ୍ୟର ସମସ୍ତ ପ୍ଲାନେଟାରିୟମ୍ ଖୋଲିବ ।

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍, ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ଓ ଖଣ୍ଡପଡାର ପଠାଣି ସାମନ୍ତ ସଂଗ୍ରହାଳୟ ଆସନ୍ତା ୧୦ରୁ ଖୋଲିବ । କୋଭିଡ୍ ନିୟମ ପାଳନ କରି ସର୍ବସାଧାରଣଙ୍କ ପାଇଁ ଏହା ଖୋଲାଯିବ । ସମସ୍ତ ପ୍ଲାନେଟୋରିୟମ ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂ ବ୍ୟବସ୍ଥା କରାଯାଇଛି । ପରିଦର୍ଶନର ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।

ଭୁବନେଶ୍ୱରରେ ସଂକ୍ରମଣ ସ୍ଥିର ହୋଇନଥିବାରୁ କଟକଣା କଡାକଡି ରହିଛି । ଶନିବାର ଓ ରବିବାର ଭୁବନେଶ୍ୱରରେ ସଟଡ଼ାଉନ ବ୍ୟବସ୍ଥା ବଳବତ୍ତର ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଶନିବାର ଏବଂ ରବିବାର ବନ୍ଦ ରହିବ । ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମକୁ ପ୍ରବେଶ ପାଇଁ ସମସ୍ତ ବୟସ୍କମାନଙ୍କୁ ଅନ୍ତିମ କୋଭିଡ୍ ଟୀକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ , ବୁର୍ଲା ଏବଂ ପଠାଣି ସାମନ୍ତ ସଂଗ୍ରହାଳୟ , ଖଣ୍ଡପଡା ପ୍ରମୁଖ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.