ETV Bharat / city

ଆରମ୍ଭ ହେଲା ସର୍ବଦଳୀୟ ବୈଠକ

author img

By

Published : Jun 29, 2022, 8:55 AM IST

Updated : Jun 29, 2022, 11:24 AM IST

ଆସନ୍ତା ଜୁଲାଇ 2ରୁ ଷୋଡଶ ବିଧାନସଭା ଅଧିବେଶନ । ଏହା ପୂର୍ବରୁ ଆଜି (ବୁଧବାର) ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଜୁଲାଇ 2ରୁ ବିଧାନସଭା ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ 2ରୁ ଷୋଡଶ ବିଧାନସଭା ଅଧିବେଶନ । ଏହା ପୂର୍ବରୁ ଆଜି (ବୁଧବାର) ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଜୁଲାଇ 2ରୁ ଅଗଷ୍ଟ 4 ଯାଏଁ ଚାଲିବ ଅଧିବେଶନ । ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ସେ ନେଇ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧକ୍ଷତାରେ ପୂର୍ବାହ୍ନ 11ଟାରେ ବୈଠକ ବସିଛି ।

ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ, ବିରୋଧୀ ଦଳ ଉପନେତା, ମୁଖ୍ୟ ସଚେତକଙ୍କ ସମେତ କଂଗ୍ରେସ ବିରଷ୍ଠ ବିଧାୟକ ଅଂଶଗ୍ରହଣ କରିଛନ୍ତି । ଗୃହ କିପରି ଶୃଙ୍ଖଳିତ ଭାବେ ଏବଂ ସୁରୁଖୁରୁରେ ଚାଲିବ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଭିତ୍ତିକ ସଫଳ ଆଲୋଚନା ହେବ ସେ ନେଇ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ସେପଟେ ବିଭିନ୍ନ ଦଳର ନେତାମାନେ ବୈଠକରେ ଗୃହକାର୍ଯ୍ୟ ପରିଚାଳନା ନେଇ ନିଜ ନିଜର ମତ ରଖିଛନ୍ତି ।

ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଅନୁଷ୍ଠିତ ହେବ । ଜୁଲାଇ 2ରୁ 6 ତାରିଖ ଓ ଜୁଲାଇ 13 ତାରିଖରୁ ଅଗଷ୍ଟ 4 ତାରିଖ ଯାଏଁ ଅଧିବେଶନ ହେବ । ଅଧିବେଶନର ପ୍ରଥମ ଦିନରେ 2022-23 ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବ । ଏହାପରେ 5 ଓ 6 ତାରିଖରେ ଆଗତ ବଜେଟ ଉପରେ ଆଲୋଚନା ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 29, 2022, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.