ETV Bharat / city

ସରିଲା ସର୍ବଦଳୀୟ ବୈଠକ: ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ, EVM ମାଧ୍ୟମରେ ଭୋଟ ଗ୍ରହଣ

author img

By

Published : Feb 10, 2022, 2:51 PM IST

Updated : Feb 10, 2022, 3:32 PM IST

ପୌର ନିର୍ବାଚନ ପାଇଁ ସରିଲା ସର୍ବଦଳୀୟ ବୈଠକ । ଆଜିଠୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ପ୍ରକ୍ରିୟା । ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

Municipality Election: ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସରିଲା ସର୍ବଦଳୀୟ ବୈଠକ । ଆଜିଠୁ ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ପ୍ରକ୍ରିୟା । ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ କମିଶନ ।

ତେବେ ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ କରାଯାଇଛି । ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ରାଜନୈତିକ ଦଳ ଗୁଡିିକ ପୌରାଞ୍ଚଳ ଏବଂ ପୌର ନିଗମରେ ଅଧ୍ୟକ୍ଷ ଏବଂ ମେୟର ସିଧାସଳଖ ଭାବେ ନିର୍ବାଚନ ହେବ ବୋଲି ଅବଗତ କରାଇଛୁ । ଆଗାମୀ ପୌର ନିର୍ବାଚନରେ କାଉନସିଲର ଏବଂ କର୍ପୋରେଟରଙ୍କ ଭୋଟ ଗ୍ରହଣ ଇଭିଏମ ମାଧ୍ୟମରେ କରାଯିବ ।

ସରିଲା ସର୍ବଦଳୀୟ ବୈଠକ: ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ, EVM ମାଧ୍ୟମରେ ଭୋଟ ଗ୍ରହଣ

ପ୍ରତି ବୁଥକୁ ଦୁଇଟି ଲେଖାଏଁ ଇଭିଏମ ଯୋଗାଇ ଦିଆଯିବ । ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ । କାଉନସିଲରଙ୍କ ପାଇଁ ସର୍ବାଧିକ 5 ଲକ୍ଷ ଓ ମେୟର ସର୍ବାଧିକ 12 ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ । ପ୍ରାର୍ଥୀଙ୍କ ସତ୍ୟପାଠ ବାଧ୍ୟତାମୂଳକ କରାଯାଇଥିବାବେଳେ ନୂଆ କରି ଶପଥ ପତ୍ର ବାଧ୍ୟତାମୂଳକ କରାଯାଇଛି ।

ମାତ୍ର ପ୍ରାର୍ଥୀ ସତ୍ୟପାଠ ନଦେଲେ ପ୍ରାର୍ଥୀପତ୍ର ନାକଚ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି। ତେବେ ଏହି ସର୍ବଦଳୀୟ ବୈଠକରେ ବିଜେପି ୩ଟି ଦାବି ରଖିଛି । ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ଦିନ ବଦଳରେ ୧୦ଦିନ କରାଯାଉ । ଆପତ୍ତି ଅଭିଯୋଗର ଶୁଣାଣି ଗୋଟିଏ ଦିନ ବଦଳରେ ୩ ଦିନ କରାଯାଉ ।

ଏଥିସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଦଳୀୟ ନେତା ଓ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ନକରନ୍ତୁ । ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରକ୍ରିୟା ସରଳିକରଣ କରାଯାଉ। ନିରପେକ୍ଷ ନୀତି ଅବଲମ୍ବନ କରନ୍ତୁ ନିର୍ବାଚନ ଆୟୋଗ।

ସେହିପରି କଂଗ୍ରେସ ଦାବି ରଖିଛି ପଞ୍ଚାୟତ ନିର୍ବାଚନ ଚାଲୁଥିବାରୁ ସର୍ବଦଳୀୟ ବୈଠକ ଆଗକୁ ଘୁଞ୍ଚା ଯାଉ । ଭୋଟର ତାଲିକା ସଂଶୋଧନ ପଞ୍ଚାୟତ ନିର୍ବାଚନ ପରେ କରାଯାଉ । ଏପଟେ ବିଜେଡି ନିର୍ବାଚନ ଆୟୋଗଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରିଛି । ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯାଉ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 10, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.